Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ ବାହାରକୁ ଲମ୍ବିଛି ଗଞ୍ଜେଇ ବେପାରର ଚେର, କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ

21/08/2020 at 4:20 PM

ଆଠଗଡ, ୨୧।୮: ତିଗିରିଆ ପୋଲିସକୁ ବଡ ସଫଳତା । କୁଖ୍ୟାତ ଗଞ୍ଜେଇ ମାଫିଆକୁ ଗିରଫ କଲା ପୋଲିସ । ତିଗିରିଆରୁ ଲମ୍ବିଛି ବାହାର ରାଜ୍ୟକୁ ଚୋରା ଗଞ୍ଜେଇ ବେପାରର ଚେର । କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ମଧ୍ୟ ଦୀର୍ଘଦିନ ଧରି ଏହି କାରବାର ଚଲାଇ ଆସିଥିଲା କୁଖ୍ୟାତ ଅପରାଧୀ ଇନ୍ଦ୍ରମଣି ସେଠ୍ । ପ୍ରାୟ ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଖାଇ ଚଲାଇଥିଲା ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ କରୁଥିଲା ଅଭିଯୁକ୍ତ । ଏକ ମାସ ଧରି ଚଢାଉ ଜାରି ରଖିଥିଲା ତିଗିରିଆ ପୋଲିସ ।

ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ତିଗିରିଆ ପୋଲିସ । ଶୁକ୍ରବାର ତିଗିରିଆ ଥାନାରେ  ରାଞ୍ଚି ନାର୍କୋଟି କଣ୍ଟ୍ରୋଲ ବ୍ୟୁରୋ ଏସପି  ସୁରେଶ ସିଂ ଙ୍କ ସହିତ ଭୁବନେଶ୍ବର ନାର୍କୋଟି କଣ୍ଟ୍ରୋଲ ବ୍ୟୁରୋ ମିଳିତ ଭାବେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି । କୁଖ୍ୟାତ ଗଞ୍ଜେଇ ମାଫିଆ ଇନ୍ଦ୍ରମଣି ସେଠ୍ ର ବିନ୍ଧାଣିମା ସ୍ଥିତ ଘରେ ମଧ୍ୟ ଛାନଭିନ କରିଛି ପୋଲିସ ଟିମ୍ ।

   Related Posts