ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ କୋଟିପତି ଗଞ୍ଜେଇ ମାଫିଆ : ୪୦ଲକ୍ଷ ଟଙ୍କାର ଗଞ୍ଜେଇ ସହ ପଶ୍ଚିମବଙ୍ଗ ନମ୍ବର ଥିବା ୨ଟି କାର୍ ଜବତ

Published By : Prameya-News7 Bureau | April 02, 2021 IST

ଉଦଳା ୨।୪: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ମାଫିଆ ଗିରଫ ହେବା ସହ ତା ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଦୁଇ ବର୍ଷ ହେବ ଚାଲିଥିଲା ଗଞ୍ଜେଇ କାରବାର । ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ସହିତ ପୋଲିସ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ମାଫିଆକୁ ଗିରଫ କରିଛି । ଆଲିଶାନ ବଙ୍ଗଳାରେ ରହି ଭଙ୍ଗା ଦଦରା ଘର ଭିତରେ ରଖୁଥିଲା ଗଞ୍ଜେଇ । କେବଳ ନିଜ ଘରେ ନୁହେଁ ଉଦଳାରେ ମଧ୍ୟ ସେ ଏକ ଘର ନେଇ ସେଠାରେ ରଖି ଗଞ୍ଜେଇ କାରବାର କରୁଥିଲେ । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କପ୍ତିପଦା ଥାନା କୟାଁଖୁଣ୍ଟା ଗ୍ରାମର ଶରତ ନାଏକ ।

{"id":431885,"width":838,"height":476,"sizeSlug":"large","linkDestination":"none"}

ସ୍ପେଶାଲ ସ୍କ୍ବାର୍ଡ ଏବଂ ପୋଲିସ ଗୁରୁବାର ରାତିରେ ଗଞ୍ଜେଇ ମାଫିଆ ଶରତର ବାସଭବନ କୟାଁଖୁଣ୍ଟାରେ ଚଢାଉ କରିଥିବା ବେଳେ ସେଠାରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ମଧ୍ୟ ଜବତ କରିଛି । ଅନ୍ୟପଟେ ଶରତ ଉଦଳା ଏନଏସିର ୩ ନଂ ଓ୍ବାର୍ଡରେ ରହୁଥିବା ଘରେ ମଧ୍ୟ ଚଢାଉ କରାଯାଇ ସେଠାରୁ ସାଢେ ତିନି କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଗଞ୍ଜେଇଗୁଡିକୁ ଏକ କିଲୋ ହିସାବରେ ପ୍ୟାକିଂ କରି ବିକ୍ରି କରାଯାଉଥିଲା । ଗଞ୍ଜେଇ ମାଫିଆ ନିଜ ପୈତୃକ ଘର କୟାଁଖୁଣ୍ଟାରେ କୋଟି କୋଟି ଟଙ୍କାରେ ଏକ ଆଲିଶାନ ବଙ୍ଗଳା ତିଆରି କରିଥିବା ବେଳେ ଘର ନିକଟରେ ଥିବା ଅନ୍ୟ ଏକ ଭଙ୍ଗା ଦଦରା ଘର ଭିତରେ ବଡବାକ୍ସରେ ଗଞ୍ଜେଇ ପୁରାଇ ରଖି ତାହାକୁ ବିକ୍ରି କରୁଥିଲା ।

{"id":431886,"width":840,"height":467,"sizeSlug":"large","linkDestination":"none"}

ଏହା ସହିତ ଉଦଳାରେ ସେ ଏକ ଘର ଭଡା ସୂତ୍ରରେ ନେଇ ସେଠାରେ ଗଞ୍ଜେଇ କାରବାର କରୁଥିଲା । ପୈତୃକ ଘରୁ ୪ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଓଜନ ଏକ କ୍ବିଣ୍ଟାଲ ରହିଥିବା ବେଳେ ଉଦଳା ସ୍ଥିତ ଭଡାଘରୁ ୧୬ ବସ୍ତା ଜବତ ହୋଇଛି । ଯାହାର ଓଜନ ରହିଛି ସାଢେ ତିନି କ୍ବିଣ୍ଟାଲ । ୩୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ସ୍ପେଶାଲ୍‌ ସ୍କ୍ବାର୍ଡ । ମାଫିଆର ଦୁଇ ଗୋଟି ଗାଡି ରହିଥିବା ବେଳେ ଉଭୟ ଗାଡି ପଶ୍ଚିମବଙ୍ଗ ନମ୍ବର ରହିଥିବାରୁ ସେ ଏହି ଗଞ୍ଜେଇ ପଶ୍ଚିମବଙ୍ଗ ଏବଂ ଅନ୍ୟ ଏରିଆକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି । ଗଞ୍ଜେଇ ମାଫିଆ ଶରତର ଏକ ବଡ ରାକେଟ ରହିଥିବା ବେଳେ ସେ କେଉଁଠାରୁ ଗଞ୍ଜେଇ ଆଣୁଥିଲା ଏବଂ କାହାକୁ ବିକ୍ରି କରୁଥିଲା ସେ ବାବଦରେ ସେ ପାଟି ଖୋଲିନାହିଁ । ତେବେ ଏହି ଗଞ୍ଜେଇ ଜବତ ହେବା ପରେ ଏହା ପଛରେ ଏକ ବଡ ରାକେଟ୍‌ କାମ କରୁଥିବା ସ୍ପଷ୍ଟ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.