୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଅନ୍ଧାରର ଫାଇଦା ନେଇ ଖସିଗଲେ ମାଫିଆ

Published By : Prameya-News7 Bureau | October 21, 2021 IST

ଲମତାପୁଟ,୨୧|୧୦:    ପାଡୁଆ ପୋଲିସ କୁ ବଡ ସଫଳତା ।  ନାକାବନ୍ଦୀ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ।୨୪ ଘଣ୍ଟିଆ ନାକା ବନ୍ଦୀ  ଆରମ୍ଭ ରୁ ପୋଲିସ   ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି  ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ପୋଲିସକୁ  ଖଡାପୁଟ ଗ୍ରାମ ନିକଟ   ଜଲାପୁଟ ଜଳଭଣ୍ଡାର  କୂଳରେ  ଗଞ୍ଜେଇ  ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ମିଳିଥିଲା ।  ଏହାପରେ ସଦଳବଳେ ପୋଲିସ ଚଢଉ କରିଥିଲା ।  ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ମାଫିଆ ଫେରାର ହୋଇ ଯାଇଥିବା ବେଳେ ୩୦  ବସ୍ତା ଗଞ୍ଜେଇ  ଜବତ କରିଛି  ପୋଲିସ ।

ଗଞ୍ଜେଇର ପରିମାଣ  ପ୍ରାୟ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  ଚୋରା ଚାଲାଣରେ ସ୍ଥାନୀୟ ମଫିଆଙ୍କ ସଂପୃକ୍ତି  ଥିବା ଜଣାପଡିଛି ।   ଏମାନଙ୍କୁ  ଖୁବ ଶୀଘ୍ର ଧରାଯିବା ନେଇ ପୋଲିସ କହିଛି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.