Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଅଟୋରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

6/12/2021 at 7:35 AM

ବାଲିଗୁଡା ୦୬/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରୀଗାଁ ରାସ୍ତାରେ  ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।  ରବିବାର ପାଟ୍ରୋଲିଂ ସମୟରେ ଏକ କୁଇଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମର  ଗଞ୍ଜେଇ ଓ ଏକ ଅଟୋକୁ ଜବତ କରାଯାଇଛି ।ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ବାଲିଗୁଡା ଥାନା ଏସଆଇ ସସ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସିନ୍ଦ୍ରୀଗାଁ ଅଞ୍ଚଳ ରାସ୍ତାରେ ପାଟ୍ରୋଲିଂ କରୁଥିଲା  । ଏହି ସମୟରେ ଏକ ଅଟୋକୁ ଖାନତଲାସ କରାଯାଇଥିଲା । ଏଥିରୁ ବେଆଇନ ଗଞ୍ଜେଇ ମିଳିଥିଲା । ସିନ୍ଦ୍ରୀଗାଁରୁ ବାହାର ଜିଲ୍ଲାକୁ   ବେଆଇନ ଭାବେ ଚୋରା ଚାଲାଣ ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଚଢଉ କରିଥିଲା ।

ଅଟୋରୁ ଏକ କୁଇଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ l ତେବେ ଗିରଫ ବ୍ୟକ୍ତି ହେଲେ ବାଲିଗୁଡା ଥାନା ଅଞ୍ଚଳ ମହାସିଂ ପାଙ୍ଗାର ବିଦ୍ୟାଧର ମଳିକ  । ଏନେଇ ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବାଲିଗୁଡା ଥାନାରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ  ସୂଚନା ଦେଇଛନ୍ତି ।

   Related Posts