Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

୧ କ୍ୱିଣ୍ଟାଲର ଗଞ୍ଜେଇ ଜବତ, ଫେରାର ହୋଇଗଲେ ମାଫିଆ

29/05/2021 at 8:08 AM

ସୋନପୁର, ୨୯|୦୫: ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ପୋଲିସକୁ ମିଳିଲା ବଡ ସଫଳତା । ବୀରମହାରାଜପୁର ପୋଲିସ ପାଟ୍ରୋଲିଂ ବେଳେ ଏତେମାତ୍ରାରେ ସବୁଜ ଜହରକୁ ଜବତ କରିଛି ।

ସୂଚନାନୁସାରେ, ବୀରମହାରାଜପୁର ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ହିକୁଡି ଛକ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଚଢଉ କରି ପ୍ରାୟ  ୧ କ୍ବିଣ୍ଟାଲର ଗଞ୍ଜେଇ ଜବତ କରିଛି । ତେବେ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ପୋଲିସ ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି ।

   Related Posts