୩୫ କେଜିର ଗଞ୍ଜେଇ ଜବତ, ହୋମଗାର୍ଡଙ୍କ ସହ ୨ ଗିରଫ

Published By : Prameya-News7 Bureau | November 28, 2021 IST

ମୁନିଗୁଡା,୨୮/୧୧: ବିପୁଳ ପରିମାଣର ଗଞ୍ଜେଇ ଜବତ । ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ  ବିଶେଷ ସୂତ୍ରରୁ ଖବର ପାଇ ସବୁଜ ଜହର ଜବତ କରିଛି ।

ସୂଚନାନୁସାରେ, କେନ୍ଦୁଗୁଡା ଫାଣ୍ଡି ନିକଟ ଖମ୍ବାରିଗୁଡା ଗ୍ରାମର ଗୋଟିଏ ଘରେ  ୩୫ କେଜିର  ଗଞ୍ଜେଇ  ରଖିଥିଲେ । ଚଢଉ କରି ପୋଲିସ ଏସବୁକୁ ଜବତ କରିବା ସହ  ସ୍ଥାନୀୟ ଜଣେ ହୋମଗାର୍ଡ ରମେଶ ବାହୁକ ଏବଂ ଗଞ୍ଜେଇ ବ୍ୟବସାୟୀ  ଯୋନେଶ ମାଳିକୁ ଗିରଫ କରିଛି । 

ଜବତ ଗଞ୍ଜେଇ ପଦ୍ମପୁରରୁ ବ୍ରହ୍ମପୁର ଚାଲାଣ ହେବାର ଥିଲା ବୋଲି ଜଣାପଡିଛି  । ଜବତ ଗଞ୍ଜେଇ ରଆନୁମାନିକ ମୂଲ୍ୟ  ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେବା ନେଇ ପୋଲିସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.