ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ

Published By : Prameya-News7 Bureau | June 20, 2021 IST

ଲମତାପୁଟ, ୨୦।୦୬ :  ଗଞ୍ଜେଇ ଚୋରା ଚାଲାଣ ବେଳେ ଧରା ପଡିଲେ ୩ ମାଫିଆ ।  ନନ୍ଦପୁର  ପୋଲିସ  ହାତରେ ୩  ଦୁର୍ଦ୍ଦାନ୍ତ ଗଞ୍ଜେଇ  ମଫିଆ ଧରା ପଡିଛନ୍ତି    ।   ପାଡୁଆ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ  ବେଳେ   ପୋଲିସ  ଜବତ କରିଛି  ବିପୁଳ ଗଞ୍ଜେଇ ।  

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦେଶ କ୍ରମେ  ନନ୍ଦପୁର   ଏସ ଡ଼ି.ପିଓଙ୍କ  ନେତୃତ୍ଵରେ  ନନ୍ଦପୁର ପୋଲିସର ୭ ଜଣିଆ ଟିମ୍  ବ୍ଲକ ଅଫିସ  ନିକଟରେ  ନାକା ବନ୍ଦୀ   କରିଥିଲେ  ।  ପାଡୁଆ ଅଞ୍ଚଳରୁ  ଦ୍ରୁତ ଗତିରେ ଆସୁଥିବା  କାରକୁ ଅଟକାଇ  ଥିଲା ପୋଲିସ ।   ଗାଡି  ସେଠାରୁ  ବିପରୀତ ଦିଗକୁ ବୁଲାଇ  ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ  ପୋଲିସ  ୩  ଦୁର୍ଦ୍ଦାନ୍ତ  ଗଞ୍ଜେଇ ମଫିଆକୁ କାବୁ କରିବା ସଫଳ ହୋଇଥିଲା ।

କିନ୍ତୁ ମୁଖ୍ୟ  ଅଭିଯୁକ୍ତ  ତଥା ସେହି ଅଞ୍ଚଳର  ଦୁର୍ଦ୍ଦାନ୍ତ  ଗଞ୍ଜେଇ ମଫିଆ  ଅଭି ଖିଲ  ଅନ୍ଧାରର ସୁଯଗ ନେଇ  ଜଙ୍ଗଲ ଭିତରକୁ  ଖସି ପଳାଇବାରେ  ସକ୍ଷମ  ହୋଇଥିଲା  ।    ୩ ମଫିଆଙ୍କୁ  କାବୁ କରିବା ପରେ କାରକୁ  ଯାଞ୍ଚ କରିବାରୁ ଡିକିରେ ୪ଟି ବସ୍ତାରେ  ପ୍ରାୟ  ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।  ଏହାର ମୂଲ୍ୟ ପ୍ରାୟ୧୦  ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଗିରଫ  ମଫିଆ ମାନେ ପଟାଙ୍ଗୀ  ଅଞ୍ଚଳ  ସାମଏଲ  ଗେଞ୍ଜି ,  ନଦପୁର  ଅଞ୍ଚଳର  ସୁରେନ୍ଦ୍ର  ମାଲି ଏବଂ ଜୟପୁର  ଅଞ୍ଚଳର  ପ୍ରଶାନ୍ତ ଖେମୁଣ୍ଡୁ   ।   ନନ୍ଦପୁର   ଏସ.ଡ଼ିପିଓ . ସଞ୍ଜୟ ମହାପତ୍ରଙ୍କ   ସୂଚନା  ଅନୁଯାୟୀ,  ଏହି ଦୁର୍ଦ୍ଦାନ୍ତ ଗଞ୍ଜେଇ ମଫିଆମାନେ ଦୀର୍ଘ  ବର୍ଷ  ହେଲା ବେଧଡକ ଏହି ଅଞ୍ଚରୁ  ଗଞ୍ଜେଇ ଚୋରା  ଚାଲାଣ କରି ଆସୁଥିଲେ ।  ଏମାନଙ୍କୁ  ପୋଲିସ ବହୁ ବାର ଧରିବା ପାଇଁ  ଚେଷ୍ଟା କରୁଥିଲେ ମଧ୍ୟ  ଖସି ପଳାଇବାରେ  ସକ୍ଷମ ହେଉଥିଲେ ।  କିନ୍ତୁ ଏହି ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆଙ୍କୁ  ଧରିଥିବାରୁ ନନ୍ଦପୁର ପୋଲିସ ପାଇଁ ବଡ ସଫଳତା ବୋଲି କହିଛନ୍ତି  । ଫେରାର  ହୋଇଯାଇ  ଥିବା ମୁଖ୍ୟ ଅଭିଯୁକ୍ତକୁ  ପୋଲିସ ଖୁବଶୀଗ୍ର ଗିରଫ କରିବ ବୋଲି  ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.