୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଆନ୍ଧ୍ର ଚାଲାଣ ବେଳେ ଧରିଲା ପୋଲିସ

Published By : Prameya-News7 Bureau | July 03, 2021 IST

ଲମତାପୁଟ, ୦୩|୦୭: କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ବଡ ସଫଳତା ମିଳିଛି  । ପାଡ଼ୁଆ ଅଞ୍ଚଳରୁ ଆନ୍ଧ୍ର ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପୋଲିସ । ଦୁଇଟି ଭ୍ୟାନରେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। 

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ନେତୃତ୍ୱରେ  ପଡୁଆ ଥାନା ଅଧିକାରୀ ୨ ଜଣିଆ ଟିମ୍ ଗଠନ କରି ହାତୀବାରି ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ ।   ଏହି ଅଞ୍ଚଳଟି ମାଓ ପ୍ରଭାବିତ ଏବଂ ଜଙ୍ଗଲପୂର୍ଣ  ଅଞ୍ଚଳ ହୋଇଥିବା ସତ୍ତ୍ୱେ  ପୋଲିସ  ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ  ଏସଓପି  ପାଳନ କରି  ନାକାବନ୍ଦୀ କରିଥିଲା   । ପାଡ଼ୁଆ  ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଭ୍ୟାନକୁ ପୋଲିସ ଅଟକାଇଥିଲା । ତେବେ  ଅନ୍ଧାର  ଏବଂ ବର୍ଷାର ସୁଯୋଗ ନେଇ ଗାଡି ଛାଡି ଜଙ୍ଗଲ ଭିତରକୁ ମାଫିଆମାନେ ଫେରାର ହୋଇଯାଇଥିଲେ ।  

ଗାଡ଼ି ଯାଞ୍ଚ କରିବାରୁ ଦୁଇଟି ଭ୍ୟାନର ଡାଲାରେ ୨୭ ବସ୍ତା ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଭ୍ୟାନ ଦୁଇଟିର ନମ୍ବର ଅନୁଯାୟୀ ପୋଲିସ ଗାଡି ମାଲିକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ଜବତ ପିକଅପ୍ ଭ୍ୟାନରେ ୨୭ଟି ବସ୍ତାରେ ୭  କ୍ଵିଣ୍ଟାଲ ଗଞ୍ଜେଇ ଥିଲା ଏହାର ମୂଲ୍ୟ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି।  ଅନ୍ୟପକ୍ଷରେ  ଯେଉଁ ଅଞ୍ଚଳରୁ ପାଡୁଆ  ପୋଲିସ ଗଞ୍ଜେଇ  ଧରିବାରେ ସକ୍ଷମ  ହେଉଛି ସେହି ଅଞ୍ଚଳ  ମାଓ ପ୍ରଭାବିତ ଅଞ୍ଚଳ ତାଥାପି ଗଞ୍ଜେଇ ମଫିଆଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରିବା ସହ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ  ତିଆରି କରି ସଫଳ ହେଉଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.