ଡାକ୍ତର ଲୋଗୋ ଲଗାଇ ବିହାରକୁ ହେଉଥିଲା ଚାଲାଣ, କାର୍‌ରୁ ଜବତ ହେଲା ଦେଢ କ୍ୱିଣ୍ଟାଲ ଗଞ୍ଜେଇ

Published By : Prameya-News7 Bureau | June 24, 2021 IST

ଲମତାପୁଟ, ୨୪/୦୬: ଗଞ୍ଜେଇ ଚୋରା ଚାଲାଣ ବେଳେ  ମାଫିଆଙ୍କୁ ମାଡି ବସିଲା  ମାଛକୁଣ୍ଡ   ପୋଲିସ  ।କୋରାପୁଟ ଜିଲ୍ଲା ଲମତାପୁଟ  ବଡକିଚବ୍  ଗ୍ରାମରୁ  ବିହାର ଚୋରା ଚାଲଣ  ବେଳେ   ମାଛକୁଣ୍ଡ ପୋଲିସ   ହାତରେ ଧରା ପଡିଛି  ବିପୁଳ ପରିମାଣର ଗଞ୍ଜେଇ ।  

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓଙ୍କ ନେତୃତ୍ଵରେ  ମାଛକୁଣ୍ଡ ପୋଲିସ  ବଡକିଚବ୍   ଗ୍ରାମ ନିକଟରେ  ନାକା ବନ୍ଦୀ   କରିଥିଲା  । ବଡ଼କିଚବ୍ ଗ୍ରାମରୁ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ଅଟକାଇ  ଥିଲା ପୋଲିସ । ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇ ଯାଇଥିବା ଗାଡିରେ ଥିବା ଯୁବକକୁ କାବୁ କରିବା ପରେ କାରକୁ ଯାଞ୍ଚ କରାଯାଇଥିଲା । କାରରେ  ଜାଲ ନମ୍ବର ପ୍ଲେଟ୍ ସାଙ୍ଗକୁ  ୯  ଟି ବସ୍ତାରେ  ପ୍ରାୟ  ଦେଢ଼  କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । 

ଏହାର ମୂଲ୍ୟ ପ୍ରାୟ ୧୫  ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଯୁବକ ଜଣକ  ବିହାର ପାଟଣା ଅଞ୍ଚଳର ଗୁଡୁ କୁମାର  ବୋଲି ଜଣା ପଡିଛି । ଗାଡ଼ିରେ ଡାକ୍ତରଙ୍କ ଲୋଗୋ ଲଗାଇବା ଏବଂ ବିଭିନ୍ନ ନମ୍ବର ପ୍ଲେଟ ବ୍ୟବହାର କରିବା ନେଇ  ଗିରଫ ଯୁବକକୁ ପଚାର ଉଚରା କରାଯାଉଛି। 

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଛକୁଣ୍ଡ ପୋଲିସ  ଆଜି ପର୍ଯ୍ୟନ୍ତ ୨୨ଟି  ଗଞ୍ଜେଇ କାରବାରର ପର୍ଦ୍ଦାଫାସ କରିଥିବା ବେଳେ ୩୩ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ  କରିଛି । ଏହାସହ ସମୁଦାୟ ୫ ଟନ ୪୫୭ କେଜି  ଗଞ୍ଜେଇ  ଜବତ କରିଥିବା ବେଳେ ୧୮  ଟି ଗାଡି ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.