ପୂଜା ଘରୁ ଅଢେଇ କ୍ୱିଣ୍ଟାଲର ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | July 02, 2021 IST

କଳାହାଣ୍ଡି, ୦୨।୦୭ :  ଘରୁ ୨ କ୍ବିଣ୍ଟାଲ ୫୪ କେଜିର ଗଞ୍ଜେଇ ଜବତ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଦ୍ବାରା ସିଙ୍ଗବାହାଲି ଗାଁରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି ।

ପୋଲିସ ଅଭିଯୁକ୍ତଙ୍କ ପୂଜା ଘର ବାକ୍ସରୁ ଗଞ୍ଜେଇ ଜବତ କରିଛି। ୨ ଅଭିଯୁକ୍ତଙ୍କୁ  ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଗୋଟିଏ ସପ୍ତାହରେ କେସିଙ୍ଗା ପୋଲିସର ଏହା ତୃତୀୟ ସଫଳତା।

ପୂର୍ବରୁ ଗଞେଇ ଚାଲାଣ ବେଳେ ଜାତୀୟ ରାଜପଥ ଉପରୁ ୨ ଗୋଟି ଚାରି ଚକିଆ ଗାଡିରୁ ୧ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏବଂ ୪ ଜଣ ଗିରଫ ହୋଇଥିଲେ।  ଅଭିଯୁକ୍ତଙ୍କ ସୂଚନା ଆଧାରରେ ଗଞ୍ଜେଇ ବିତରଣ କରୁଥିବା ଲିଙ୍କ୍‌କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.