Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଟ୍ରକରୁ ଅଢେଇ କ୍ୱିଣ୍ଟାଲର ଗଞ୍ଜେଇ ଜବତ, ରାଜ୍ୟ ବାହାରକୁ ହେଉଥିଲା ଚାଲାଣ !

28/06/2021 at 8:10 AM

ମୁନିଗୁଡା,୨୮/୦୬:  ରାୟଗଡା ଜିଲ୍ଲା ବିଷମକଟକ ପୋଲିସକୁ ମିଳିଛି  ଏକ ବଡ ସଫଳତା l ବିଷମକଟକ ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ।

ପୋଲିସ ଗାଡିମଟର ଯାଞ୍ଚ କରିବା ସମୟରେ ସନ୍ଦେହ କରି ରାୟଗଡା ପଟୁ ଆସୁଥିବା ଏକ ଟ୍ରକକୁ ଅଟକାଇବା ସମୟରେ ଟ୍ରକ ଡାଇଭର ଗାଡି ଛାଡି ଚମ୍ପଟ ମାରିଥିଲେ । ଏହା ପରେ ଟ୍ରକକୁ ଯାଞ୍ଚ୍ କରିବାପରେ ଟ୍ରକର ଏକ ସ୍ବତନ୍ତ୍ର ଚାମ୍ବରରେ ୧୨୦ଟି ପ୍ୟାକେଟରୁ ୨ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଛି । 

ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଜବତ ଟ୍ରକଟି ପଶ୍ଚିମବଙ୍ଗର ହୋଇଥିବାରୁ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ବିଷମକଟକ ପୋଲିସ ଟ୍ରକ ସହ ଗଞ୍ଜେଇକୁ ଜବତ କରିବା ସହ ଏହା କେଉଠାରୁ କେଉଠିକୁ ଯାଉଥିଲା ଓ ଏହି ଚାଲାଣରେ କାହାର ସମ୍ପୃକ୍ତି ଅଛି ତାର ତଦନ୍ତ ଯାରିରଖିଛି ।

   Related Posts