୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ମାଫିଆ ଫେରାର

Published By : Prameya-News7 Bureau | November 07, 2021 IST

ଲମତାପୁଟ, ୧୧|୦୭:  ଲମତାପୁଟ  ପୋଲିସକୁ ବଡ଼ ସଫଳତା । ଚୋରା ଚାଲାଣ ପାଇଁ ପ୍ୟାକିଂ ଚାଲିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। 

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦେଶ କ୍ରମେ  ଏସଡ଼ିପିଓଙ୍କ  ନେତୃତ୍ଵ ରେ ଲମତାପୁଟ ଜଲାପୁଟ ପୋଲିସ  ଜବାଗଡ  ଗ୍ରାମ  ନିକଟ ଜଙ୍ଗଲ ନଦୀ ତୁଠରେ ଚଢଉ କରିଥିଲା ।  ଏହି ସମୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ୟାକିଂ  ଚାଲିଥିଲା। ପୋଲିସକୁ ଦେଖି  ଘଟଣା ସ୍ଥଳରୁ ୪ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ । ସେମାନଙ୍କଠୁ ୯ଟି ବସ୍ତାରୁ ପ୍ରାୟ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ।

ଜବତ ଗଞେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ୪ ମାଫିଆଙ୍କ ନାମ ଗୋପନ ରଖିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.