ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ କାରବାର, ମାଡି ବସିଲା ପୋଲିସ

Published By : Prameya-News7 Bureau | October 18, 2021 IST

ଲମତାପୁଟ, ୧୮|୧୦: ଲମତାପୁଟ ପୋଲିସକୁ ବଡ଼ ସଫଳତା । ଜଙ୍ଗଲରେ  ଗଞ୍ଜେଇ ଲୋଡ କରୁଥିବା ବେଳେ  ମାଡିବସିଲା ପୋଲିସ ।  

ସୂଚନାନୁସାରେ, ଲମତାପୁଟ  ପୋଲିସ ଟିମ କାକଲପଡା  ଗ୍ରାମ  ନିକଟ ଜଙ୍ଗଲରେ ଗଞ୍ଜେଇ ଲୋଡ ହେଉଥିବା ଖବର ପାଇଥିଲା ।  ଜଙ୍ଗଲରେ ମାଫିଆମାନେ  ଗଞ୍ଜେଇ ବସ୍ତା କାର୍ ଭିତରେ  ଲୋଡ କରୁଥିବା ଦେଖିଥିଲା ପୋଲିସ । ପୋଲିସକୁ ଦେଖି ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡି ଦୁଇ ମାଫିଆ ଜଙ୍ଗଲ ଭିତରକୁ ଫେରାର ହେବାରେ ସକ୍ଷମ ହୋଇଥିଲେ । କାରକୁ ଯାଞ୍ଚ କରିବାରୁ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ।

କାର ଡିକିରୁ ୪ଟି  ବସ୍ତାରେ ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରା ଯାଇଥିବା ବେଳେ  ଏହାର ମୂଲ୍ୟ  ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଗଞେଇ କାକଲପଡ଼ା ଅଞ୍ଚଳରୁ ହରିୟାଣା ଚାଲାଣ ହେଉଥିବା ସୂଚନା ମିଳିଛି । ଗାଡି ନମ୍ବର ଆଧାରରେ ମାଲିକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.