ଟ୍ରକ୍‌ରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପୋଲିସକୁ ଦେଖି ଡ୍ରାଇଭର ଚମ୍ପଟ

Published By : Prameya-News7 Bureau | July 23, 2021 IST

ଗଜପତି, ୨୩/୦୭:  ଗଜପତି ଜିଲ୍ଲା ମୋହନା ଥାନା ଗଣି ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏକ ମିନି ଟ୍ରକରୁ ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଘଟଣା ସ୍ଥଳରୁ ଗାଡି ରଖି ଚମ୍ପଟ ମାରିଛି ଡ୍ରାଇଭର ।

ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ସୂଚନା ଅନୁସାରେ, ମୋହନା ପୋଲିସ ଗଣି ଛକରେ ପେଟ୍ରୋଲିଂ କରୁଥିବା ବେଳେ ଏକ ମିନି ଟ୍ରକ ଦ୍ରୁତ ଗତିରେ ଆସିଥିଲା । ଟ୍ରକ ଅଟକାଇବା ବେଳେ ଡ୍ରାଇଭର ଟ୍ରକ ରଖି ଚମ୍ପଟ ମାରିଥିଲା । ତେବେ ଗାଡି ଯାଞ୍ଚ ପରେ ୧୫ ଟି ବସ୍ତାରେ ୪ କୁଇଣ୍ଟାଲ ୫୨ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.