Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

3/08/2021 at 7:21 AM

ଲମତାପୁଟ, ୦୩|୦୮:  ନବରଙ୍ଗପୁର ଜିଲ୍ଲା ପାଡୁଆ ପୋଲିସକୁ ବଡ ସଫଳତା ମିଳିଛି  ।  ବାଡେଲ ଅଞ୍ଚଳରୁ  ଆନ୍ଧ୍ର  ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ । ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଚଙ୍କା ହେବ ବୋଲି ଜଣାପଡିଛି। 

ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ  ନେତୃତ୍ୱରେ  ପାଡୁଆ ଥାନା ଅଧିକାରୀ  ଡାକ ବଙ୍ଗଳା  ଛକ ନିକଟରେ ନାକାବନ୍ଦୀ କରିଥିଲେ  । ବାଡେଲ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍  ଭ୍ୟାନକୁ ପୋଲିସ ଅଟକାଇବାରୁ ଡ୍ରାଇଭର ଗାଡି ଛାଡି  ଜଙ୍ଗଲ ଭିତରକୁ ଡ୍ରାଇଭର ଫେରାର ହୋଇଯାଇଥିଲେ। 

ପିକଅପ ଭ୍ୟାନକୁ ଏସ୍କର୍ଟ କରି ଆସୁଥିବା ମୋଟର ସାଇକେଲରେ   ଦୁଇ ଗଞ୍ଜେଇ ମାଫିଆଙ୍କୁ କାବୁ କରିଥିଲା ପୋଲିସ୍ ।    ଗାଡ଼ି ଯାଞ୍ଚ କରିବାରୁ ପିକଅପ୍  ଡ଼ାଲାରେ ୩୭ଟି ବସ୍ତାରେ ପ୍ରାୟ ୧ ଟନ   ଗଞ୍ଜେଇ ଜବତ କରିଛି ପୋଲିସ୍  । ଏହାର ମୂଲ୍ୟ  ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ନନ୍ଦପୁର ଏସ.ଡି.ପି.ଓ କହିଛନ୍ତି ।  ଗିରଫ ଯୁବକ ମାନେ ନନ୍ଦପୁର ବ୍ଲକ ବାଡେଲ ଗ୍ରାମର ଗୁରୁ ହେନ୍ତାଳ, ପ୍ରହଲ୍ଲାଦ ଗୋଲରି  ବୋଲି ଜଣାପଡିଛି।  ଏହି ଗଞ୍ଜେଇ ଚୋରାଚାଲଣରେ ଅଞ୍ଚଳ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ୍ ଗିରଫ ଯୁବକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

   Related Posts