Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏବେ ବିଶ୍ୱର ସର୍ବ ବୃହତ ଗଞ୍ଜେଇ ମାର୍କେଟ୍ ଖୋଲିଯିବ : ମାରିଜୁଆନା ସେବନକୁ ଅପରାଧ ତାଲିକାରୁ ବାଦ୍ ଦେଲେ ମେକ୍ସିକୋ ସୁପ୍ରିମକୋର୍ଟ

29/06/2021 at 1:34 PM

ନୂଆଦିଲ୍ଲୀ, ୨୯/୦୬ :    ଗଞ୍ଜେଇ ଏବେ ବେଆଇନ୍ ନୁହେଁ । ଗଞ୍ଜେଇ ବ୍ୟବହାର କରିବା କିମ୍ବା ସେବନ କଲେ ଏବେ ଆଉ ମିଳିବନି ଦଣ୍ଡ । ଏନେଇ ମେକ୍ସିକୋ ଉଚ୍ଚ ନ୍ୟାୟାଳୟ ଦେଶର କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ।

ମେକ୍ସିକୋ ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦେଶରେ ଗଞ୍ଜେଇ ଚାଷକୁ ଅନୁମତି ମିଳୁ । ତେବେ ଏହାକୁ ସୀମିତ ସଂଖ୍ୟାରେ ଚାଷ କରାଯାଇ ପାରିବ । ସୂଚନାଯୋଗ୍ୟ, ମେକ୍ସିକୋ ସରକାର ଗଞ୍ଜେଇକୁ ନେଇ କିଛି ସ୍ୱତନ୍ତ୍ର ଆଇନ ଆଣିବାରେ ବିଫଳ ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କୁ ଏ ମାମଲାରେ ଦଖଲ ଦେବାକୁ ପଡିଥିଲା । ମାମଲାର ଶୁଣାଣି ୧୧ଜଣିଆ ବେଞ୍ଚ୍ କରିଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମେକ୍ସିକୋ ବିଶ୍ୱର ସବୁଠାରୁ ବଡ ଗଞ୍ଜେଇ ବଜାର ହୋଇପାରିବ । କିନ୍ତୁ ଏବେବି ଏହି ଗଛ ବାବଦରେ ଅନେକ ଭୁଲ ତଥ୍ୟ ରହିଛି । କେତେକ ଦେଶରେ ଏହାର ବ୍ୟବହାର ଓ ଚାଷ ବେଆଇନ୍ ଅଟେ । ଏହାସହ ସୁପ୍ରିମକୋର୍ଟ ମେକ୍ସିକୋ କୋର୍ଟକୁ ପୂର୍ବରୁ ଗଞ୍ଜେଇ ବାବଦରେ ଥିବା ନିୟମରେ କିଛିଟା ପରିବର୍ତ୍ତନ ସହ ଲାଗୁ କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟ ଜଜ୍ ଆରଟୁରୋ ଜାଲଡିଭାର୍ ଲେଲୋ ଡେ ଲାରେଆ କହିଛନ୍ତି ଯେ, ଏହା ଏକ ଐତିହାସିକ ଦିନ । ମେକ୍ସିକୋ ଗଞ୍ଜେଇର ଏକ ବୃହତ ବଜାର ଭାବେ ଉଭା ହେବ ।

ସୂଚନାଯୋଗ୍ୟ, ମେକ୍ସିକୋର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ୍ ଓବ୍ରାଡର୍ ଗଞ୍ଜେଇକୁ ଆଇନସମତ କରିବା ପାଇଁ ଅଣ୍ଟା ଭିଡିଥିଲେ । ଗଞ୍ଜେଇ ସମ୍ପୂର୍ଣ୍ଣ ଭାବେ ଆଇନସମତଃ ହେଲାପରେ ଏହା ଆମେରିକା ଓ କାନାଡା ପାଇଁ ମଧ୍ୟ ବଡ ବଜାର ଭାବେ ଉଭା ହେବ ।

   Related Posts