Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବସରେ ଚାଲାଣ କରିଥାନ୍ତେ ଗଞ୍ଜେଇ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

28/11/2021 at 1:07 PM

ବାରିପଦା,୨୮/୧୧: ବିପୁଳ ପରିମାଣର ଗଞ୍ଜେଇ ଜବତ । ଶନିବାର ରାତିରେ ବାରିପଦା ପୋଲିସ ୨୧ କିଲୋ ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ପାସେଞ୍ଜର ବସ୍‌ରେ ଗଞ୍ଜେଇ ନେଇ କଲିକତା ଯିବା ପାଇଁ ଯାତ୍ରୀ ପ୍ରତିକ୍ଷାଳୟରେ ବସିଥିଲେ । ତେବେ ପୋଲିସର ଚେକିଂ ସମୟରେ ୨ଜଣ ମହିଳା ଓ ଜଣେ ଯୁବକଙ୍କ ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ୩ଜଣଙ୍କ ପାଖରୁ ୩ଟି ବ୍ୟାଗ ଭର୍ତ୍ତି ୧ କିଲୋ ଲେଖାଏଁ ୨୧ ପ୍ୟାକେଟ ଅର୍ଥାତ୍ ପ୍ରାୟ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।

   Related Posts