ନଷ୍ଟ କରାଗଲା ୬୫ ହଜାର ଗଞ୍ଜେଇ ଗଛ, ବଜାର ମୂଲ୍ୟ ୪୦ କୋଟି ଟଙ୍କା !

Published By : Prameya-News7 Bureau | November 14, 2021 IST

ମାଲକାନଗିରି, ୧୪/୧୧ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଅପରେସନ ଗ୍ରୀନ୍ କ୍ଲିନ୍ । ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ ।

ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ବଣ୍ଡାଘାଟିର ବଡଡୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହି ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ଖବର ପାଇଥିଲା ଜିଲ୍ଲା ପ୍ରଶାସନ । ସ୍ଥାନୀୟ ତହସିଲଦାର ରାମ କୃଷ୍ଣ ନାୟକଙ୍କ ନେତୃତ୍ୱରେ ମୁଦୁଲିପଡା ପୋଲିସ ୪୬ ଏକର ଫରେଷ୍ଟ ଲ୍ୟାଣ୍ଡରେ ହୋଇଥିବା ବେଆଇନ ୬୫ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳ ହୋଇଛି ।

ନଷ୍ଟ ହୋଇଥିବା ଗଛର ମୁଲ୍ୟ ପ୍ରାୟ ୪୦ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ପୁର୍ବରୁ ଏହି ଅଞ୍ଚଳରେ  ମାଓବାଦୀ ସକ୍ରିୟ ରହି ଥିବାରୁ ପୋଲିସ ଏହି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ସାହସ କରି ପାରୁ ନଥିଲା। କିନ୍ତୁ  ବଣ୍ଡାଘାଟିରେ ଦୁଇଟି ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ପୋଲିସକୁ ଏହି ସଫଳତା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.