ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

Published By : Prameya-News7 Bureau | November 26, 2021 IST

ମୋହନା, ୨୬|୧୧:   ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ । ମୋହନା ଥାନା ବାଘମାରୀ ପଞ୍ଚାୟତ ଗୁଇମେରା ଓ ସିକୁଳିପଦର ପଞ୍ଚାୟତ ନାରଙ୍ଗୀ ଗାଁ ନିକଟରେ ଚଢ଼ଉ କରି ପ୍ରାୟ ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ ।

ଏହି ଅଞ୍ଚଳରେ ପ୍ରାୟ ୬୯ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା । ତେବେ  ଏହାକୁ ପୋଡି ନଷ୍ଟ କରିଛନ୍ତି ମିଳିତ ବାହିନୀ । ଚଢ଼ଉରେ ପୋଲିସ ,ଅବକାରୀ ,ରାଜସ୍ୱ ଓ ବନ ବିଭାଗ କର୍ମଚାରୀ ସାମିଲ ଥିଲେ ।

ଗତ ସପ୍ତାହକ ମଧ୍ୟରେ ମୋହନା , ଅଡବା ଓ ଆର.ଉଦୟଗିରି ଥାନା ଅଞ୍ଚରରୁ ପ୍ରାୟ ୪୫୭ ଏକର ଜମିରେ ୮୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.