Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବଢିଚାଲିଛି ବେଆଇନ ଗଞ୍ଜେଇ ଚାଷ, ପ୍ରାୟ ୧ କୋଟି ୭୦ଲକ୍ଷ ଟଙ୍କାର ଗଛ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

14/11/2020 at 8:51 AM

ବାଲିଗୁଡ଼ା ୧୪।୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ଗଞ୍ଜେଇ ଚାଷ ।ଯାହାକୁ ନେଇ ଆକ୍ସନ ମୋଡରେ ଆସିଛି ପୋଲିସ ପ୍ରଶାସନ । ପୋଲିସ କାର୍ଯ୍ୟନୁଷ୍ଠାନ ନେଇ କୋଟିଏର ଅଧିକ ଟଙ୍କା ଗଞ୍ଜେଇ ଗଛ ନଷ୍ଟ କରିଛି ।

ଖବର ଅନୁଯାୟୀ,  କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳରେ  ଦିନକୁ ଦିନ ବେଆଇନ  ଗଂଜେଇ ଚାଷ ବୃଦ୍ଧିପାଉଛି l ଗଂଜେଇ ଚାଷକୁ ସମୂଳେ ଧ୍ବଂସ କରିବାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି l କେ.ନୂଆଗାଁ ଥାନା  ଅଧିକାରୀ ଶ୍ରୀନିବାସ ସାମଲଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ  ପୋଲିସ ଫୋର୍ସ   ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା ।  ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୁଡୁତୁଲି ଗ୍ରାମପଞ୍ଚାୟତର ଜମାପଦର ଓ ଜାନାଗାଇଲ ଗାଁର ୧୭୦ ଏକର ସରକାରୀ ଜମିରେ ଚାଷ ହୋଇଥିବା ପ୍ରାୟ ଏକକୋଟି ସତୁରି ଲକ୍ଷ ଟଙ୍କାର ଗଂଜେଇକୁ କାଟି ନଷ୍ଟ କରାଯାଇଛି ।  କେ ନୂଆଗାଁ ଥାନାରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି l

   Related Posts