ବସରେ ଚାଲାଣ ହେଉଥିଲା ଗଞ୍ଜେଇ, ୩ ମହିଳାଙ୍କ ସହ ଡ୍ରାଇଭର ଓ ହେଲପର ଅଟକ

Published By : Prameya-News7 Bureau | April 06, 2021 IST

ନବରଙ୍ଗପୁର,୦୬/୦୪: ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ବଢିବାରେ ଲାଗିଛି । ବେପାରୀମାନେ ଭିନ୍ନ ଭିନ୍ନ ଉପାୟର ସବୁଜ ଜହରର ଚୋରା କାରବାର କରୁଛନ୍ତି । ତେବେ ନବରଙ୍ଗପୁର ପୋଲିସ ଏକ ବସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।

ଘରୋଇ ବସରେ ଚାଲାଣି ହେଉଥିଲା ଗଞ୍ଜେଇ । ଜବତ କଲା ପୋଲିସ । ବ୍ରହ୍ମପୁରରୁ ନବରଙ୍ଗପୁର ଆସୁଥିବା ଆରବି କୋଚ୍ ନାମକ ଘରୋଇ ବସରୁ ଗଞ୍ଜେଇ ଜବତ ହୋଇଛି । ଏହାପରେ ବସ ଟିକୁ ଅଟକ ରଖିଛି  ନବରଙ୍ଗପୁର ଟାଉନ ଥାନା ପୋଲିସ ।

{"id":433840,"sizeSlug":"large","linkDestination":"none"}

ଏହି ଘଟଣାରେ ୩ମହିଳାଙ୍କ ସହ ବସ ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖି ପୋଲିସର ତଦନ୍ତ ଆମ୍ଭ କରିଛି ।  ଓଜନ ପରେ  ଗଞ୍ଜେଇର ସଠିକ ମୂଲ୍ୟ ଜଣା ପଡିବ ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.