୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19/01/2021 at 1:23 PM

ମୁନିଗୁଡା ୧୯।୧: ଚାଲିଛି ଅପରେସନ୍ ଗ୍ରୀନ୍ କ୍ଲୀନ୍ ଅଭିଯାନ। ପୁଣି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ମାଦିଗୁଡା ଓ ଏହାର ଆଖପାଖ ଜଙ୍ଗଲରେ ବେଆଇନ ଭାବେ ୫୦ ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ଅବକାରୀ, ପୋଲିସ ଓ ବନବିଭାଗର କର୍ମଚାରୀମାନେ ମିଳିତ ଭାବେ ଏହି ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ଗତ ମାସରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହଜାରେ ଏକରରୁ ଅଧିକ ଜାଗାରେ ବେଆଇନ ଭାବେ ଲାଗିଥିବା ଗଞ୍ଜଇ ଚାଷକୁ ନଷ୍ଟ କରାଯାଇଥିଲା । ଏହି ଅଭିଯାନଟି ମୁନିଗୁଡା SDPOଙ୍କ ନେତୃତ୍ବରେ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଏହି ଅଭିଯାନ ଜାରି ରହିବ ବୋଲି ଜଣାପଡିଛି ।
Related Posts
ସାତକୋଶିଆ ଇକୋ ରିଟ୍ରିଟରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଆଇପିଏସ ଅଧିକାରୀ
28 February 2021
ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ…
28 February 2021
ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
28 February 2021
ବୁର୍ଲା ଭିସୁଟ୍ ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହେଲା ହଷ୍ଟେଲ୍
28 February 2021