ଚୋରା ଚାଲାଣ ରୋକିବାକୁ ପଦକ୍ଷେପ, ଅପରେସନ୍ ଗ୍ରୀନ୍ କ୍ଲିନ୍ ଜରିଆରେ ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | October 27, 2021 IST

ଲମତାପୁଟ ୨୭।୧୦: ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି କୋରାପୁଟ ପୋଲିସ । ଗୋଟିଏ ପଟେ ୨୪ ଘଣ୍ଟିଆ ନାକାବନ୍ଦୀ କରୁଥିବା ବେଳେ ପୁଣି ଆରମ୍ଭ କରିଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । କୋରାପୁଟ ଜିଲ୍ଲା ଲମତାପୁଟ ସହରରୁ ମାତ୍ର ୫ କିଲୋମିଟର ଦୂର କାଡାମ ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ । ମାଛକୁଣ୍ଡ, କୋରାପୁଟ ପୋଲିସ, ଡିଭିଏଫ୍, ଅବକାରୀ ବିଭାଗ, ବନ ବିଭାଗ ଏବଂ କୋରାପୁଟ ଏବଂ ସ୍ଥାନୀୟ  ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପ୍ରାୟ ୨  ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି  ।  ଏହାର ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି ।

{"id":533825,"width":754,"height":415,"sizeSlug":"full","linkDestination":"none"}

ଚଳିତ ବର୍ଷ ଅପରେସନ୍ ଗ୍ରୀନ୍ କ୍ଲିନ୍ ଓଡିଶାର ପ୍ରଥମେ ଆରମ୍ଭ କରିଛି କୋରାପୁଟ ପୋଲିସ ।  ପୂର୍ବରୁ  ବ୍ଲୁପ୍ରିଣ୍ଟ  ପ୍ରସ୍ତୁତ କରିଛି ପୋଲିସ ।  ଗୋଇନ୍ଦା ବିଭାଗ ଡ୍ରୋନ୍ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ସ୍ଥାନକୁ ଚିହ୍ନଟ କରିଛି ପୋଲିସ ।  କଡା ସୁରକ୍ଷାରେ ଚଳିତ ବର୍ଷ  ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ୍ୟ ରଖିଛି ପୋଲିସ ।

{"id":533823,"width":754,"height":415,"sizeSlug":"full","linkDestination":"none"}

ନନ୍ଦପୁର ଏସଡ଼ିପିଓ କହିଛନ୍ତି ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପଡିବ । ତେଣୁ ଆଜିଠାରୁ ଆରମ୍ଭ କରାଗଲା ଅପରେସନ୍ ଗ୍ରୀନ୍ କ୍ଲିନ୍ । ଚଳିତ ବର୍ଷ ନନ୍ଦପୁର, ପାଡୁଆ ଏବଂ ଲମତାପୁଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଗଞ୍ଜେଇ ଚାଷ ନଷ୍ଟ କରାଯିବା ଲକ୍ଷ୍ୟ ରଖାଯାଇଛି ।  ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିଲେ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୂର୍ଣ୍ଣ ରୋକ ଲଗାଯାଇପାରିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.