ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | January 17, 2021 IST

ମୋହନା ୧୭।୦୧ :  ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ । ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ । ମୋହନା ଥାନା ଲୁହାଗୁଡି ପଞ୍ଚାୟତ ଡୋଳାଆମ୍ବ ଓ ସାହାଯବାଡ ଗାଁ ନିକଟରେ ପ୍ରାୟ ୬୨ ଏକର ଜମିରେ ନୀଳ ଜହର ଚାଷ ହୋଇଥିଲା । ଯାହାକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ଖବର ଅନୁଯାୟୀ, ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଷ ବଢିଛି । ସ୍ଥାନେ ସ୍ଥାନେ ବିପୁଳ ପରିମାଣର ଗଞ୍ଜେଇ ଚାଷ କରାଯାଇଛି । ଯାହାର ଖବର ପୋଲିସ ଓ ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଚାଷ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଉଛି । ଗତ କିଛି ଦିନ ହେଲା ଏହି ଚଢାଉକୁ ଜୋରଦାର କରାଯାଇଛି । ଗତ ନଭେମ୍ବର ମାସରୁ ଏହି ଅଭିଯାନ ଚାଲିଥିବା ବେଳେ ଗଜପତି ଜିଲ୍ଲାରେ ଏଯାବତ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.