Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଗାଙ୍ଗପୁର ଥାନାର ସବୁ କର୍ମଚାରୀ ଓ ଭଞ୍ଜନଗର ଏସଡିପିଓଙ୍କୁ ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଏସ୍‌ପି

27/11/2021 at 4:54 PM

ଖଲ୍ଲିକୋଟ ୨୭।୧୧: ଗଞ୍ଜାମ ପୋଲିସ ଜିଲ୍ଲା ଅଧିନ ଗାଙ୍ଗପୁର ଥାନା ଦେଶର ଦ୍ବିତୀୟ ସର୍ବଶେଷ୍ଠ ପୋଲିସ ଥାନା ଭାବରେ ପୁରସ୍କୃତ ହୋଇସାରିଛି । ଏନେଇ ଶନିବାର ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏସପି ବ୍ରିଜେଶ କୁମାର ରାୟ ଗାଙ୍ଗପୁର ପୋଲିସ ଟିମ୍ ଓ ଭଞ୍ଜନଗର ଏସଡିପିଓଙ୍କୁ ସମ୍ବର୍ଦ୍ଧନ କରାଯାଇଛି । 

ସୂଚନାଯୋଗ୍ୟ ଯେ, ଚଳିତ ମାସ ୯ ତାରିଖରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କଠାରୁ ଏହି ମର୍ଯାଦାଜନକ ପୁରସ୍କାର  ପ୍ରଶଂସାପତ୍ର ଓ ଟ୍ରଫି ମିଳିଥିଲା । ଅପରାଧ ଓ ଅପରାଧି ଟ୍ରାକିଂ ବ୍ୟବସ୍ଥା ଉପରେ ଇ-ଶାସନର ୪୯ ପାରାମିଟର ଉପରେ ଦେଶର ଥାନାର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରାଯାଇଥିଲା । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାର ଗାଙ୍ଗପୁର ପୋଲିସ ଥାନା ଦ୍ବିତୀୟ ସ୍ଥାନରେ ରହିଥିଲା ।  ଅଳ୍ପ କିଛି ମାର୍କରୁ ୧ମ ସ୍ଥାନରୁ ବଂଚିତ ହୋଇଥିବା ଥାନା ଅଧିକାରୀ ଧିରେଶ କୁମାର ଦାଶ କହିଥିଲେ । ପ୍ରଥମ ସ୍ଥାନ ନୂଆଦିଲ୍ଲୀର ସଦର ବଜାର ରହିଥିଲା । ଏଥିସହ ଗଞ୍ଜାମ ପୋଲିସ ଜିଲ୍ଲାର ୧୪ଜଣ ପୋଲିସ କର୍ମଚାରୀ ସେମାନଙ୍କ ଉଲ୍ଲେଖନୀୟ ସେବା ଓ ଅବଦାନ କରିଥିବା ଅବସରରେ ଡିଜିପି ଆୱାର୍ଡ ମିଳିଥିଲା । ସେମାନଙ୍କୁ ମଧ୍ୟ ଶନିବାର ଗଞ୍ଜାମ ଏସପି ସମ୍ବର୍ଦ୍ଧନା କରିଥିଲେ ।

   Related Posts