ଗଞ୍ଜାମରେ ୨୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୮ ଜଣ କୋରନା ଯୋଦ୍ଧା:
5/07/2020 at 10:48 PM

ବ୍ରହ୍ମପୁର୫/୭: ଗଞ୍ଜାମରେ ୨୧୬ କୋରନା ଆକ୍ରାନ୍ତ ଚିହ୍ନଟ ମଧ୍ୟରୁ ୨୮ ଜଣ କୋରନା ଯୋଦ୍ଧା ଅଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୫ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରହ୍ମପୁରରୁ ମୋଟ ୧୯ ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଜି ୧୨ ଟି ସ୍ଥାନରୁ ପଜିଟିଭ୍ ଚିହ୍ନଟ କରିଛନ୍ତି। ଲଗାତାର ତିନି ଦିନ ହେଲା ଏମ୍ କେ ସି ଜିରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସହରର ୬ଟି ଅଞ୍ଚଳକୁ ଘୋଷଣା କରାଯାଇଥିବା କଣ୍ଟେଇନମେଣ୍ଟ୍ ଜୋନ୍ କୁ ଆଜି ପ୍ରତ୍ଯାହୃତ କରିଥିବା ନେଇ ଟୁଇଟ୍ ମାଧ୍ଯମରେ ସୂଚନା ଦେଲେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ।
