ଗଞ୍ଜାମରେ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌, ଲକ୍‌ଟାଉନ୍‌ ସମୟରେ ନିୟମ କଡା

Published By : Prameya-News7 Bureau | April 04, 2020 IST

ବ୍ରହ୍ମପୁର ୦୪।୦୪: ସାରା ରାଜ୍ୟରେ କରୋନା ଚିନ୍ତା ଏବେ ବଢିବାର ଲାଗିଛି । ରାଜ୍ୟ ସରକାରଲ କରୋନା ସଂକ୍ରମଣ କିପରି ରୋକାଯାଇପାରିବ ସେଥିଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ଜଣ ଆକ୍ରାନ୍ତ ଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୧୮ଜଣ ବିଭିନ୍ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଶୁକ୍ରବାର ଦିନ ରାତି ୮ଟାରୁ ଭୁବନେଶ୍ୱର, କଟକ, ଭଦ୍ରକକୁ ୪୮ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣାସ କରାଯାଇଥିଲା । ସେହିପରି କରେନାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।

{"id":248971,"sizeSlug":"large"}

କୋରନା ପ୍ରତିହିତ ପାଇଁ ଲକଡାଉନ୍ ସମୟରେ ସକାଳ ୭ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲିରହିବ । ମଧ୍ୟାହ୍ନ ୧୨ ଟା ଠାରୁ ପରଦିନ ସକାଳ ୭ ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ରହିବ ଗଞାମ ଜିଲ୍ଲା । ସଟ୍ ଡାଉନ୍ ସମୟରେ କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ ।ବାହାରେ ବୁଲାବୁଲି କରି ପାରିବେ ନାହିଁ ।ଲକଡାଉନ୍ ସମୟରେ ମୋଟରସାଇକେଲ ଚଳାଚଳ କରିବାକୁ କଟକଣା ଲଗାଇଲେ ଗଞାମ ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.