Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୪ ଘଣ୍ଟାରେ ୨ ଏନକାଉଣ୍ଟର-ଏବେ ଅପରାଧୀଙ୍କୁ ସାବାଡ୍ କରିବାପାଇଁ ଗଞ୍ଜାମ ପୋଲିସର ମିଶନ ଜାରି

16/09/2019 at 4:19 PM

ବ୍ରହ୍ମପୁର ୧୬।୦୯-ଏନକାଉଣ୍ଟର ପରେ ଅନକାଉଣ୍ଟର । ଗଂଜାମ ଜିଲ୍ଲାକୁ ଅପରାଧ ଏବଂ ଅପରାଧୀମୁକ୍ତ କରିବାକୁ ପୋଲିସର ପ୍ରୟାସ ଜାରି । ସାଢ଼େ ୩ ବର୍ଷରେ ୭୧ଟି ଏନକାଉଣ୍ଟର କଲାଣି ପୋଲିସ ।

୨୪ ଘଣ୍ଟାରେ ଗଂଜାମରେ ଦୁଇ ଦୁଇଟି ଏନକାଉଣ୍ଟର । ଶନିବାର ସକାଳୁ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରାକୁ ଜୟଶ୍ରୀ କେମିକାଲ୍ସ ନିକଟରେ ଗୁଳି କରିଥିଲା ପୋଲିସ । ଆଉ ରବିବାର ଭୋରୁ  ଅପରାଧୀ ପ୍ରମୋଦ ବାରିକକୁ ପାଲୁର-କୃଷ୍ଣପ୍ରସାଦ ରାସ୍ତା ନିକଟରେ ଏନକାଉଣ୍ଟର କରିଛି ପୋଲିସ ।  ଉଭୟଙ୍କ ନିକଟରୁ ଗୁଳି, ମାଉଜର, ବାଇକ୍ ଜବତ ହୋଇଛି । ଅପରାଧ ନିୟନ୍ତ୍ରଣ ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗଂଜାମ ପୋଲିସର ମିଶନ ଜାରି । ସାଢ଼େ ୩ ବର୍ଷରେ ୭୧ଟି ଏନକାଉଣ୍ଟର କଲାଣି ପୋଲିସ । ଗିରଫ ହେଲେଣି ୫ ହଜାରରୁ ଊର୍ଦ୍ଧ୍ବ ଅପରାଧୀ । ରାଜ୍ୟରେ ରେକର୍ଡ କରିଛି ଗଂଜାମ ପୋଲିସ ।

 ୨୦୧୬ ମାର୍ଚ୍ଚରୁ ଗଂଜାମ ପୋଲିସର ପିସ୍ତଲରୁ ଗୁଳି ଫୁଟିବା ଆରମ୍ଭ ହୋଇଛି । ଲୋକଙ୍କୁ ଭୟଭୀତ କରାଇ ନିଜ ଅପରାଧିକ ସାମ୍ରାଜ୍ୟ ଚଳାଇଥିବା ଅପରାଧୀଙ୍କୁ ସାବାଡ୍ କରିବାକୁ ପୁରା ଆକ୍ସନ ମୋଡରେ ରହୁଛି ପୋଲିସ । ତେବେ ଏଠି ପ୍ରଶ୍ନ ଏନକାଉଣ୍ଟର ବଢ଼ୁଥିବା ବେଳେ ଅପରାଧ କାହିଁକି କମୁନି ? ପୋଲିସ୍ ରଣନୀତି ପରିବର୍ତ୍ତନ କରିବ କି  ?

ଏତେ ଏନ୍‌କାଉଣ୍ଟର ପରେ ବି  ଅପରାଧ  ନ କମିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ତେଣୁ ଆଗାମୀ ଦିନରେ ଅପରାଧ ଦମନ ପାଇଁ ପୋଲିସ୍‌ର ରଣନୀତି କଣ ରହୁଛି ତାକୁ ହିଁ ଅପେକ୍ଷା ।

   Related Posts