Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ବିଜେପି ନେତାଙ୍କୁ ନୋଟିସ୍ ନେଇ ସରଗରମ ଗଞ୍ଜାମ ପଲିଟିକ୍ସ, କାହିଁକି ପୁଣି ଖୋଲିଲା ଫାଇଲ୍

30/01/2019 at 6:09 PM

ବ୍ରହ୍ମପୁର ୩୦|୧: ଚିଟ୍‌ ଫଣ୍ଡ ସ୍କାମରେ ୨ ବିଜେଡି ନେତାଙ୍କକୁ ସିବିଆଇ ନୋଟିସ୍ । ଏପଟେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଘଟଣାରେ ବିଜେପିର ୨ ନେତାଙ୍କୁ ବି ନୋଟିସ୍ । ଚାଲିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଗଂଜାମ ପଲିଟିକ୍ସ ପୁରା ସରଗରମ । ସେପଟେ ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରିବାକୁ ଗଞ୍ଜାମ ପୋଲିସ୍‌ର ସ୍ବତନ୍ତ୍ର ଟିମ୍ ଯାଇଛି ରାଜ୍ୟ ବାହାରକୁ ।

ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଘଟଣାର ଫାଇଲ୍‌ ଖୋଲିଛି ପୋଲିସ । ୨୦୧୭ ସେପ୍ଟେମ୍ବର  ୧୬ରେ ଘଟିଥିଲା  ହତ୍ୟାକାଣ୍ଡ ।  ପାଖାପାଖି ଦେଢ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛତ୍ରପୁର ପୋଲିସ୍ ବି.ଜେ.ପିର ଦୁଇ ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରିଛି । ତେବେ ଏ ନେଇ ପୋଲିସ୍ କ୍ୟାମେରା ସମ୍ମୁଖରେ କୌଣସି ସୂଚନା ଦେବାକୁ  ମନା କରି ଦେଇଛି । ଘଟଣାରେ ସଂପୃକ୍ତ ଅନ୍ୟ ଚାରି ଜଣଙ୍କୁ ଧରିବାକୁ ପୋଲିସ୍‌ର ଏକ ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯାଇଥିବା  ସୂଚନା ଦେଇଛନ୍ତି ଛତ୍ରପୁର ଏସ୍.ଡି.ପି.ଓ ।

ଚିଟ୍‌ଫଣ୍ଡ୍ ସ୍କାମରେ ବି.ଜେ.ଡିର ଦୁଇ ଜଣ ବିଧାୟକଙ୍କୁ ସି.ବି.ଆଇ ନୋଟିସ୍ କରିଛି। ସେପଟେ ପୋଲିସ୍ ମଧ୍ୟ ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ବି.ଜେ.ପିର ଦୁଇ ନେତାଙ୍କୁ ନୋଟିସ୍ କରିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଥିବା ବି.ଜେ.ପି ଅଭିଯୋଗ କରିଛି। ହେଲେ ବି.ଜେ.ଡି କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଉଭୟ ବି.ଜେ.ଡି ଓ ବି.ଜେ.ପି ଦୁର୍ନୀତିରେ ଉବୁଟୁବୁ ରହିଛନ୍ତି। ଉଭୟ ଦଳର ନେତା ବିଭିନ୍ନ ଦୁର୍ନୀତି, ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ରହିଛନ୍ତି। କଂଗ୍ରେସ ସରକାରକୁ ଆସିଲେ ଦୁର୍ନୀତିମୁକ୍ତ ଶାସନ ଦେବା ସହ ଲୋକଙ୍କୁ ସୁଶାନ କରିବ ବୋଲି କଂଗ୍ରେସ କହିଛି।

ସି.ବି.ଆଇ ଭରସେସ୍ ପୋଲିସ୍ ନୋଟିସ୍ ପରେ ଗଞ୍ଜାମ ରାଜନୀତି ଚଳଚଞ୍ଚଳ ।

   Related Posts