Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଗଞ୍ଜାମ ପୋଲିସର ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ କୁମାର ମାଛୁଆ ଆହତ

25/12/2018 at 11:21 AM

ବ୍ରହ୍ମପୁର ୨୫/୧୨ : ପୁଣି ଗଞ୍ଜାମ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ କୁମାର ମାଛୁଆ ଆହତ ହୋଇଛି । ଅନନ୍ତର ଡାହାଣ ଗୋଡରେ ଗୁଳି ବାଜିଛି । ଆହତ ଅନନ୍ତକୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜାତୀୟ ରାଜପଥ ୧୬ ନମ୍ବର ଗୁଡି ଢେପା ନିକଟରେ ପୋଲିସ ଓ ଅପାରଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ବନ୍ଧୁକ, ବାଇକ ସହ ୩ ରାଉଣ୍ଡ ଗୁଳି ଜବତ କରିଛି । ନୟାଗଡ, ଗଞ୍ଜାମ, ଖୋର୍ଦ୍ଧାରେ ତା ନାଁରେ ଏକାଧିକ ଅପରାଧିକ ମାମଲା ରହିଛି |

ଆହତ ଅନନ୍ତର ଘର ନୟାଗଡ ଜିଲ୍ଲା ରଣପୁରରେ ବୋଲି ଜଣାପଡିଛି | ନିକଟରେ ଖଲିକୋଟ ବଡଘାଟିରେ ହୋଇଥିବା ଡକାୟତି ଘଟଣାରେ ଅନନ୍ତ ସମ୍ପୃକ୍ତ ଥିଲା | ଆହତ ଅନନ୍ତକୁ ପ୍ରଥମେ ଖଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ପରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା |

ଏବେ ଅନନ୍ତର ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡିଛି | ଅପରାଧକୁ ଦମନ କରିବା ପାଇଁ ଉଭୟ ଗଂଜାମ ଏବଂ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଅପରେସନ କ୍ଲିନ କ୍ରାଇମ ଅଭିଯାନର ଏହା ହେଉଛି ୫୭ ତମ ଏନକାଉଣ୍ଟର | ଅନନ୍ତ ହେଉଛି ୬୦ ତମ ଅପରାଧ ଯିଏ ପୋଲିସ ହାତରେ ଧରା ପଡିଛି |

   Related Posts