କ୍ଵାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ : ବିଦାୟ ଜଣାଇଲେ ଜିଲ୍ଲାପାଳ

Published By : Prameya-News7 Bureau | May 20, 2020 IST

ଗଞ୍ଜାମ ୨୦/୦୫ : କୋରୋନାକୁ ନେଇ ସବୁଠେ ଏବେ ଗଞ୍ଜାମ ଜିଲ୍ଲା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଗତ ୨୧ ଦିନ ତଳେ ଜିଲ୍ଲାକୁ ଚାରୋଟି ବସରେ ଅ।ସିଥିଲେ ପ୍ରବାସୀ ଓଡିଅ। । କିନ୍ତୁ ସେମାନେ ନିଜ ନିଜ ଘରକୁ ଯିବା ପରିବର୍ତ୍ତେ ଧରାକୋଟ ଓ ଶେରଗଡର କ୍ଵାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

{"id":273117,"sizeSlug":"large"}

ପ୍ରଥମେ ପ୍ରଥମେ ସେମାନଙ୍କ ଖାଦ୍ୟକୁ ନେଇ ବହୁ ବିଶୃଙ୍ଖଳା ଦେଖାଦେଇଥିବା ବେଳେ ଏହା ମଧ୍ୟରେ ୨୧ ଦିନ ବିତିଯାଇଛି । ସରିଯାଇଛି ସେମାନଙ୍କ କ୍ଵାରେଣ୍ଟାଇନ ଅବଧି । ସମସ୍ତେ ଏବେ କ୍ଵାରେଣ୍ଟାଇନ ଘରକୁ ଛାଡି ଚାଲିଯାଇଛନ୍ତି ନିଜ ନିଜ ଘରକୁ ।

{"id":273118,"sizeSlug":"large"}

ଏହି ପ୍ରବାସୀ ମାନଙ୍କ ବିଦାୟ ବେଳେ ଖୋଦ ଜିଲ୍ଲାପାଳ ବିଜୟ ଅମୃତା କୁଲ।ଙ୍ଗେ ମଧ୍ୟ ଉପସ୍ଥିତି ରହି ପ୍ରବାସୀମାନଙ୍କ ସହ ଆଲୋଚନା କରି ତାଙ୍କୁ ବିଦାୟ ଦେଇଛନ୍ତି । ଏହି ବିଦାୟରେ ଶେରଗଡ ଅ।ଦର୍ଶ ବିଦ୍ୟାଳୟର ୧୧୮, ଧରାକୋଟ ଅ।ଦର୍ଶ ବିଦ୍ୟାଳୟର ୧୧୨ ଓ ରଙ୍ଗେଇଲୁଣ୍ଡାର ୬ ଜଣ ଏବେ ନିଜ ନିଜ ଘରକୁ ଚାଲିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.