ଦୁବାଇରେ ଫସିଥିବା ଗଞ୍ଜାମର ୧୨ଦାଦନ ଶ୍ରମିକ ଗାଁକୁ ଫେରିଲେ

Published By : Prameya-News7 Bureau | August 29, 2019 IST

ବ୍ରହ୍ମପୁର ୨୮: ଦୀର୍ଘଦିନ ହେଲା କାମ କରିବାକୁ ଯାଇ ଦୁବାଇରେ ଫସିଥିବା ଗଞ୍ଜାମ ଜିଲ୍ଲାର ୧୨ ଦାଦନ ଶ୍ରମିକ ଶେଷରେ ସେମାନଙ୍କ ଗାଁକୁ ଫେରିଛନ୍ତି । ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଯୋଗୁଁ ୬ ଦାଦନ ଶ୍ରମିକ ଘରକୁ ଫେରିଥିଲେ । ଏ ସଂପର୍କରେ ନ୍ୟୁଜ୍ ୭ ବାରମ୍ବାର ଖବର ମଧ୍ୟ ପ୍ରସାରିତ କରିଥିଲା । ତେବେ ଅବଶିଷ୍ଟ ୧୨ଜଣ ବୁଧବାର ଗାଁକୁ ଫେରିଛନ୍ତି । ଏହି ଶ୍ରମିକମାନେ ଗତ କିଛି ଦିନ ଧରି କଂପାନୀ କର୍ତ୍ତୃପକ୍ଷ ଦ୍ବାରା ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.