ଖୋର୍ଦ୍ଧା-ଗଞ୍ଜାମ ସୀମା ସିଲ୍ : ଭୁବନେଶ୍ବର ଯିବା ପାଇଁ କାହାକୁ ଅନୁମତି ନାହିଁ, ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ଅପିଲ୍

Published By : Prameya-News7 Bureau | July 08, 2020 IST

ବ୍ରହ୍ମପୁର ୦୮।୦୭: ସାରାରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟରେ ରଖି ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ସୀମା ସିଲ୍‌ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ଏନେଇ  ଟ୍ବିଟ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ଗଞ୍ଜାମରୁ ଭୂବନେଶ୍ବର ଯିବା ପାଇଁ କାହାକୁ ଅନୁମତି ମିଳିବ ନାହିଁ । ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.