Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଗଞ୍ଜାମରେ ହୁ ହୁ ମାଡି ଚାଲିଛି ସଂକ୍ରମଣ : ସଂକ୍ରମଣ ରୋକିବାକୁ ପ୍ରଶାସନର ନୂଆ ରଣନୀତି, ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍

8/07/2020 at 6:17 PM

ଭୁବନେଶ୍ୱର ୦୮/୦୭ : କୋରନା ମାଡରୁ ମୁକୁଳିପାରୁନି ଗଞ୍ଜାମ | ଆଜି ପୁଣି ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତିନି ଜଣଙ୍କ ମୃତ୍ୟୁ ହୋଇଛି | ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୩୬ ରେ ପହଞ୍ଚିଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍  ଘୋଷଣା କରାଯାଇଛି | ଗଞ୍ଜାମ – ଖୋର୍ଦ୍ଦା ସୀମାନ୍ତ ସିଲ୍ସେ କରାଯାଇଛି | ବ୍ରହ୍ମପୁର ଏମ୍.କେ.ସି.ଜିରେ ମଧ୍ୟ କଟକଣା ଲଗାଯାଇଛି | ଓ.ପି.ଡି ବନ୍ଦ ରଖାଯାଇଛି | ସହଯୋଗ ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ | ପୁରା ଜିଲ୍ଲା କୋରନା କବଳରେ କବଳିତ ହୋଇଛି। ଆକ୍ରାନ୍ତକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି। 

ଗଞ୍ଜାମରେ କଲବଲ କଲାଣି କରୋନା । ବଢୁଛି ମୃତ୍ୟୁ ସଂଖ୍ୟା, ହୁ ହୁ ମାଡି ଚାଲିଛି ସଂକ୍ରମଣ । ଆଜି ଜିଲ୍ଲାରେ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୬ ଦିନରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୨ ଶହ ୬୯ ବଢିଛି । ଆକ୍ରାନ୍ତ ସଂଖ୍ୟା ସହ ତାଳ ଦେଇ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ କରୋନା ୬ ଜଣଙ୍କ ମୁଣ୍ଡ ନେଇଥିବା ବେଳେ କେବଳ ଗଂଜାମ ଜିଲ୍ଲାରେ ୩ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୭ ହୋଇଛି ।  ଏଭଳି ସ୍ଥିତି ପ୍ରଶାସନର ଟେନସନ୍ ବଢାଇଛି ।

ସଂକ୍ରମଣ ରୋକିବାକୁ ନୂଆ ନୂଆ ରଣନୀତି ଆପଣାଉଛି ପ୍ରଶାସନ । ଆଜିଠୁ ଗଞ୍ଜାମ-ଖୋର୍ଦ୍ଦା ସୀମାନ୍ତ ରାସ୍ତା ସିଲ୍ କରାଯାଇଛି। ଜିଲ୍ଲାରୁ କାହାକୁ ଭୁବନେଶ୍ବର ଯିବା ପାଇଁ ଅନୁମତି ମିଳିବ ନାହିଁ । ଜାତୀୟ ରାଜପଥରେ ତଦାରଖ ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିଜେ ଏସ୍‌ପି ଏହାର ତଦାରଖ କରୁଛନ୍ତି । ଛତ୍ରପୁର ଏନ୍.ଏ.ସି ଅଞ୍ଚଳକୁ କୌଣସି ଗାଡି ମୋଟର ଛଡା ଯାଉନି । ଜିଲ୍ଲା ପ୍ରଶସାନର ଗାଇଡ୍ ଲାଇନ୍‌କୁ ଅମାନିଆ ଉଲ୍ଲଘଂନ କରୁଥିବାରୁ ସେମାନଙ୍କୁ ସାବାଡ୍ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ୍ ଫୋର୍ସ୍ ମୁତୟନ କରାଯାଇଛି ।

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍‌ରେ କଡା କଟକଣା ଲଗାଯାଇଛି। ମେଡିକାଲ୍ ଓ.ପି.ଡିକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରାଯାଇଛି ।  ଗୁରୁତର କିମ୍ବା ରେଫରାଲ୍ ରୋଗୀଙ୍କୁ ମେଡିକାଲ୍ ରେ ଚିକିତ୍ସା ପାଇଁ ଅନୁମତି ମିଳିବ ।  କେବଳ କାଜୁଆଲଟି, ଶିଶୁ ବିଭାଗ, ଆଇସୋଲୋସନ୍ ୱାର୍ଡ ଓ ଲେବର୍ ବିଭାଗ ଚାଲୁ ରହିବ। ବିଭାଗୀୟ ଡାକ୍ତର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କ୍ୟାମ୍ପସ୍ ଛାଡି ୟାଇପାରିବେ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରାଯାଇଛି । ରୋଗୀଙ୍କ ସହ କେବଳ ଜଣେ ମାତ୍ର ସଂପର୍କୀୟଙ୍କୁ  ହସ୍ପିଟାଲ ଭିତରକୁ ଯିବାକୁ ଅନୁମତି ମିଳିବ ।

ମେଡିକାଲ୍ ଭିତରକୁ ଷ୍ଟାଫ୍ ବ୍ୟତୀତ ଅନ୍ୟ କେହି ଯାଇପାରିବେନି ।  ରୋଗୀଙ୍କୁ ଟେଲି ମେଡିସିନ୍ ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଏଥପାଇଁ ୪୦ଜଣିଆ ଡାକ୍ତରଙ୍କର ଏକ ତାଲିକା ଓ ସେମାନଙ୍କର ମୋବାଇଲ୍ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ରୋଗୀମାନେ ଡାକ୍ତରଙ୍କ ଠାରୁ ହ୍ବାଟସଅପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ଗ୍ରହଣ କରିପାରିବେ।

ଆସନ୍ତା କାଲି ଠାରୁ ୧୩ ତାରିଖ ଯାଏ ଜିଲ୍ଲାରେ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍ କରିବେ ସ୍ବାସ୍ଥ୍ୟକର୍ମୀ । 

   Related Posts