ରେଡ୍ ଜୋନ୍‌ରେ ସାମିଲ୍ ହେଲା ଗଞ୍ଜାମ, ଅରେଞ୍ଜରେ ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲା

Published By : Prameya-News7 Bureau | May 07, 2020 IST

ଭୁବନେଶ୍ବର ୭।୫ : ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୨୦ଜଣ ସଂକ୍ରମିତ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦୫ ରେ ପହଞ୍ଚିଛି । ୨୦ ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ବେଳେ ଆଉ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ରହିଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍ ସାମିଲ୍ କରିଛନ୍ତି ରାଜ୍ୟ ସରକାର । ସେହିଭଳି ଅରେଞ୍ଜ ଜୋନ୍‌ରେ ସାମିଲ୍ ହୋଇଛନ୍ତି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲା ।

{"id":265979,"sizeSlug":"large"}

ଗଞ୍ଜାମ ଜିଲ୍ଲାରେ ଆଉ ୧୭ ଜଣ ପଜେଟିଭ୍ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାପେ ପ୍ରଥମ ଥର ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଜଗତସିଂହପୁର ଜିଲ୍ଲାରେ ବୁଧବାର ଦିନ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

{"id":265973,"sizeSlug":"large"}

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୧ଜଣ ସୁସ୍ଥ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.