Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଗଞ୍ଜାମ ପାଲଟିଛି ଗଞ୍ଜେଇ ହବ୍ ! ପୁଣି ଏକର ଏକର ଗଞ୍ଜେଇ ଚାଷ ଜମିରେ ନିଆଁ ଲଗାଇଲା ଅବକାରୀ ବିଭାଗ

27/12/2020 at 8:36 PM

ସାନଖେମୁଣ୍ଡି ୨୭।୧୨: ଗଂଜେଇ ଗଦାରେ ଗଂଜାମ ଜିଲ୍ଲା । ଗୋଟିଏ ମାସରେ ତିନି ତିନି ଥର ଚଢାଉ ବେଳେ କୋଟି କୋଟି ଟଙ୍କାର ଗଂଜେଇ ଗଛ ପୋଡାଗଲାଣି । ତଥାପି ଗଂଜେଇ ଚାଷ କମୁ ନଥିବା ବେଳେ ଆଜି ପୁଣି ଗଂଜାମ ଗଜପତି ସୀମାନ୍ତର ଉପାନ୍ତ ଇଲାକାରେ ପୁଣି ପୋଲିସ ପ୍ରଶାସନ ଚଢାଉ କରିଛି । ପୁଣି ଏକର ଏକର ଗଂଜେଇ ଗଛକୁ କାଟି ପୋଡି ନଷ୍ଟ କରି ଦେଇଛି । ହେଲେ କିନ୍ତୁ ଆଜି ବି କାହାରିକୁ ଗିରଫ କରି ପାରି ନାହିଁ ପୋଲିସ ପ୍ରଶାସନ।

ଗଂଜାମ- ଗଜପତି ସୀମାନ୍ତରେ ରହିଛି ଉପାନ୍ତ ଇଲାକା । ଯେଉଁ ଉପାନ୍ତ ଇଲାକା ଗୁଡିକରେ ବର୍ଷ ବର୍ଷ ଧରି ଚାଲିଥିଲା ବେଆଇନ୍ ଗଂଜେଇ ଚାଷ । ଖାଲି ଏହି ଉପାନ୍ତ ଇଲାକା ନୁହେଁ । ଆଖ ପାଖରେ ଥିବା ଗାଁ ଗୁଡିକର ଆଦିବାସୀ ମାନେ ଏହି ଚାଷକୁ ନିଜର ବ୍ୟବସାୟୀକ ଚାଷ ରୁପେ ଗ୍ରହଣ କରି ନେଇଛନ୍ତି । ହେଲେ ଆଜିର ଏହି ଚଢାଉରେ ମଧ୍ୟ ବହୁ ପରିମାଣର ଗଂଜେଇ ଗଛକୁ ପୋଲିସ ପ୍ରଶାସନ ନଷ୍ଟ କରିବାରେ ସଫଳତା ହୋଇଛି । ତଥାପି ଏ ଯାବତ କାହିଁକି ଏହାର ମୁଖ୍ୟ ଗଂଜେଇ ମାଫିଆ ଗିରଫ ହୋଇପାରୁନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ। ତେବେ ଆଜିର ଏହି ଚଢାଉରେ ଅବକାରୀ ଓ ପୋଲିସ ସାମିଲ ହୋଇଥିବା ଜଣାପଡ଼ିଛି ।

ଏମିତି କି ଆଜିର ଏହି ଚଢାଉରେ ପ୍ରାୟ ପଚାଶ ଏକରରୁ ଅଧିକ ଏକର ଗଂଜେଇ ଚାଷକୁ କାଟି ପୋଲିସ ପ୍ରଶାସନ ପୋଡି ଦେଇଥିବା ବେଳେ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ପାରି ନାହିଁ । ତଥାପି ଗଂଜେଇ ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ଉଭୟ ବିଭାଗ ଉଦ୍ୟମ ଚଳାଇଥିବା ସୂଚନା ଦେଇଛି ପ୍ରଶାସନ। ତୁରନ୍ତ ଏହି ବେଆଇନ୍ ଗଂଜେଇ ଚାଷକୁ ଛାଡ଼ି ଅନ୍ୟ ଚାଷବାସ କରି ବଞ୍ଚିବା ଆବଶ୍ୟକତା ରହିଛି ବୋଲି ସାନଖେମୁଣ୍ଡି ତହସିଲଦାର ଆଦିବାସୀ ମାନଙ୍କୁ ନିବେଦନ କରିଛନ୍ତି।  ଆଜିର ଏହି ଚଢାଉରେ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଗଂଜେଇ ଚାଷକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି ।

   Related Posts