Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସହଯୋଗର ହାତ ବଢାଇଲା ଗଞ୍ଜାମ, ୧୦ ଗାଡିରେ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଇଲା ରିଲିଫ ସାମଗ୍ରୀ

26/05/2021 at 10:08 PM

ଖଲ୍ଲିକୋଟ ୨୬.୦୫ :ବାତ୍ୟା ୟାସ୍‌ର ପ୍ରବାହ ଗଞ୍ଜାମ ଜିଲ୍ଲାରେ ପଡିନାହିଁ । ଏହି ବାତ୍ୟା ବିଶେଷକରି ଅନ୍ୟ ଜିଲା ବାଲେଶ୍ୱର,ଭଦ୍ରକ,କେନ୍ଦ୍ରପଡା, ଜଗତିସଂହପୁର ଓ ମୟୂରଭଞ୍ଜ ଜିଲାରେ ଅଧିକ କ୍ଷୟକ୍ଷତି କରିଛି । ଯାହାଫଳରେ  ବହୁ ଲୋକଙ୍କ ଘର ଭାଙ୍ଗିବା ସହ ସେମାନେ ଏବେ ବିଭିନ୍ନ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରହିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୁଣି ନିଜର ମାନବିକତା ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

ଆଜି ଜିଲାପ୍ରଶାସନ ପକ୍ଷରୁ ୧୦ ଟି ଗାଡିରେ ବିଭିନ୍ନ ରାସନ ସାମଗ୍ରୀ, ସୁଖିଲା ଖାଦ୍ୟ, ଚୁଡା, ଗୁଡ, ବିସ୍କୁଟ, ପିଇବା ପାଣି ଆଦି ରିଲିଫ ସାମଗ୍ରୀ ସମେତ କୋଭିଡ୍ ମୁକାବିଲା ସରଞ୍ଜାମ ପଠାଯାଇଛି। ଯେ କୌଣସି ଜିଲ୍ଲାକୁ ବିପଦପଡୁ ପ୍ରଥମେ ସହୟତାର ହାତ ବଢାଇଥାଏ ପ୍ରଥମେ ଗଞ୍ଜାମ ଜିଲ୍ଲା ପ୍ରଶାସନ । ପୂର୍ବରୁ ମଧ୍ୟ ଏହିଭଳି ସହଯୋଗ କରିବାର ନଜିର ରହିଛି । ଆଜି ଏହି ୧୦ଟି ଗାଡି ଡିଆରଡିଏ କାର୍ଯ୍ୟାଳୟରୁ ବାହାରିଥିଲା ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର କମିସନର ଡଃ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର,  ଡିଆରଡିଏ ପିଡି ସିନ୍ଧେ ଦତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କିର୍ତିଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏପିଡି ଜ୍ୟୋତି ଶଙ୍କର ରାୟ, ଛତ୍ରପୁର ନିର୍ବାହି ଅଧିକାରୀ ଏନ୍.ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୧୦ଟି ଗାଡିର ନୋଡାଲ ଅଫିସର ଭାବେ ଏପିଡି ତାଲିମ ବାଣି ସୁକାନ୍ତ ପଟ୍ଟନାୟକ, ଏପିଡି(ରୁରାଲ ହାଉସିଂ) ସୈାମ୍ୟରଞ୍ଜନ ହୋତା, ମହେଶ ଗୈାଡ ପ୍ରମୁଖ ଯାଇଛନ୍ତି।

   Related Posts