Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗଞ୍ଜାମ ଜିଲ୍ଲାରେ ହେବ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଗଠନ ହୋଇଛି ପାଞ୍ଚ ଜଣିଆ ଟିମ୍

8/04/2020 at 7:20 PM

ବ୍ରହ୍ମପୁର୮/୩: ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ । ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ସ୍ବାସ୍ଥ୍ୟକର୍ମୀ, ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ଏହି ପ୍ରକ୍ରିୟାରେ ସାମିଲ ହେବେ । ଏଥି ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେପଟେ ଗଜପତି ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ । ୧୧୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲର ପରିଚାଳନା କରିବ ହାଇଟେକ୍‌ ମେଡିକାଲ ।

ଗଞ୍ଜାମ ଜିଲ୍ଲାରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । କାହା ପାଖରେ କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ତାହା ପରୀକ୍ଷା କରାଯିବ । ଏହି ୩ ଦିନିଆ ମେଗା ହେଲ୍‌ଥ୍‌ କ୍ୟାମ୍ପରେ ସାମିଲ ହେବେ ସ୍ବାସ୍ଥ୍ୟକର୍ମୀ, ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀ । ୫ଜଣଙ୍କୁ ନେଇ ଗୋଟିଏ ଗୋଟିଏ ଟିମ୍‌ ଗଠନ ହେବ । ଏହାକୁ ଜଣେ ସୁପରଭାଇଜ୍‌ କରିବେ । ଗଞ୍ଜାମ ଜିଲ୍ଲାକୁ ବିଦେଶରୁ ଫେରିଛନ୍ତି ୭୩୦ଜଣ ଓଡ଼ିଆ ଏବଂ ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି। ଯାହାକୁ ନେଇ ସଂକ୍ରମଣ ବଢ଼ିବା ନେଇ ଚିନ୍ତାରେ ରହିଛି ଜିଲ୍ଲା ପ୍ରଶାସନ । ତେଣୁ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ସେପଟେ ଗଜପତି ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ । ୧୧୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍‌ ହସ୍ପିଟାଲରେ ୧୦ଟି ଆଇସିୟୁ ରହିଛି । ଏଠାରେ ୮ଜଣ ହାଉସ ସର୍ଜନଙ୍କ ସମେତ ୨୦ଜଣ ଡାକ୍ତର, ୮୦ଜଣ ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ନିଯୋଜିତ ହୋଇଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଫେରିଥିବାରୁ ଏଠାରେ ସଂକ୍ରମଣ ବଢ଼ିବାର ସମ୍ଭାବନାକୁ ନେଇ ମୁକାବିଲା ପାଇଁ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇଛି ।

   Related Posts