ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ବିଟ୍‌: ଅତ୍ୟାବଶ୍ୟକୀୟ ସାମଗ୍ରୀର କଳା ବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

Published By : Prameya-News7 Bureau | July 07, 2020 IST

ବ୍ରହ୍ମପୁର୭/୭: କରୋନା ଭଳି ମହାବିପତ୍ତି ସମୟରେ କୌଣସି ବ୍ୟବସାୟୀ କଳାବଜାରୀ କରିବେ ନାହିଁ । କଳାବଜାରୀ କରୁଥିବା ଜଣାପଡିଲେ ସେମାନଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ବିଟ୍ କରି ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟର ଗଞ୍ଜାମ ଜିଲ୍ଳାରେ ସର୍ବାଧିକ କରୋନା ଆକ୍ରାନ୍ତ ସଂଖ୍ୟା ରହିଛି। ପ୍ରତିଦିନ ଏହି ଜିଲ୍ଳାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହି ସମୟରେ ବ୍ୟବସାୟୀମାନେ କଳାବଜାରୀ କଲେ ଜିଲ୍ଲାବାସୀ ଅସୁବିଧା ସମ୍ମୁଖୀନ ହେବେ। ଡାଲି, ଚାଉଳ, ପନି ପରିବା କିମ୍ବା ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ନ  କରିବା ଲାଗି ଗଞ୍ଜାମ ଜିଲ୍ଳାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.