ବରିଷ୍ଠ ନାଗରିକଙ୍କୁ ଗଞାମ ଜିଲ୍ଲାପାଳଙ୍କ ଅନୁରୋଧ, ଆବଶ୍ୟକତା ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ

Published By : Prameya-News7 Bureau | April 23, 2020 IST

ବ୍ରହ୍ମପୁର ୨୩।୦୪: ବରିଷ୍ଠ ନାଗରିକଙ୍କୁ ଗଞାମ ଜିଲ୍ଲାପାଳଙ୍କ ଅନୁରୋଧ । ଘରେ ରୁହନ୍ତୁ, ନିଜେ ନିଜର ଯତ୍ନ ନିଅନ୍ତୁ । ମାସ୍କ୍ ପିନ୍ଧନ୍ତୁ, ଔଷଧ ସମୟ ଅନୁସାରେ ଠିକ୍ ଭାବେ ସେବନ କରନ୍ତୁ । ଆବଶ୍ୟକତା ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଆବଶ୍ୟକତା ଅନୁଯାୟୀ ଘରୁ ବାହାରକୁ ବାହାରିଲେ ଦୁଇ ମିଟର ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ ଜରିଆରେ ଅନୁରୋଧ କରିଛନ୍ତି ।

{"id":258681,"sizeSlug":"large"}

କରୋନା ସଂକ୍ରମଣରୁ ଜିଲ୍ଲାବାସୀଙ୍କୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦେକ୍ଷପମାନ ଗ୍ରହଣ କରୁଛି । କେତେବେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍‌ ତ କେତେବେଳେ ଘର ବାହାରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.