କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା
25/11/2020 at 10:46 PM

ବ୍ରହ୍ମପୁର ୨୫।୧୧: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଜୀଙ୍କ ଆକସ୍ମିକ ନିଧନରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଏହି ଅବସରରେ ଅଖିଳ ଭାରତୀୟ କଂଗ୍ରେସ ପକ୍ଷରୁ ହୋଇଥିବା ନିର୍ଦ୍ଦେଶ କ୍ରମେ କଂଗ୍ରେସ ପତାକାକୁ ତିନି ଦିନ ପର୍ଯ୍ୟନ୍ତ ଅର୍ଦ୍ଧନିମିତ କରାଯାଇଛି।
ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଶୋକ ସଭାରେ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଯୁବ ନେତା ଚିନ୍ମୟ କୁମାର ହୋତା,ଦେବାଶିଷ ମହାନ୍ତି,ଭବାନୀ ସାହୁ,ମୋହନ ରେଡ୍ଡୀ, ସିଦ୍ଧାନ୍ତ ସାହୁ,ସୁପ୍ରଭା କୁମାରୀ ଦାସ,ଶ୍ରୀରାମ ସେଠି,ରାଜୀବ ଖୁଣ୍ଟିଆ,ଟିକିନା ପ୍ରଧାନ, ବିଶ୍ଵଜିତ ପ୍ରଧାନ, ପଦ୍ମ ସାହୁ ପ୍ରମୁଖ ଦଳୀୟ କର୍ମୀ ଯୋଗଦେଇଥିଲେ।
Related Posts
‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
27 January 2021