ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରାରେ ମୁଣ୍ଡନ ବନ୍ଦ : ଦଣ୍ଡଯାତ୍ରା ଉପରେ ଲାଗିଲା କଟକଣା

Published By : Prameya-News7 Bureau | March 15, 2020 IST

ବ୍ରହ୍ମପୁର ୧୫।୩: ସାରା ରାଜ୍ୟରେ ଏବେ କରୋନା ଭୟ । ରାଜ୍ୟର ବଡ ବଡ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲାଗିସାରିଲାଣି । ବିଭିନ୍ନ ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ଯିବା ପାଇଁ ବାରଣ କରାଯାଉଛି । କୌଣସି ସ୍ଥାନରେ ବିଭିନ୍ନ ସଭା ଓ ଉତ୍ସବ ଆଦି ଉପରେ କଟକଣା ଲଗାଯାଇଛି । 

ଏମିତିରେ କରୋନା ଭୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ବଡ ପଦକ୍ଷେପ । ଚଳିତ ବର୍ଷ ଚୈତ୍ର ମାସ ମଙ୍ଗଳବାର ପ୍ରସିଦ୍ଧ ତାରାତାରିଣୀ ଯାତ୍ରାକୁ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପୀଠରେ ମୁଣ୍ଡନ ନହେବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜାର୍ଚ୍ଚନା ଚାଲୁ ରହିବ ।

ସେହିଭଳି ପ୍ରସିଦ୍ଧ ଦଣ୍ଡଯାତ୍ରା ଉପରେ ନିଶେଦ୍ଧାଦେଶ ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାର ଦୁଇ ଦୁଇଟି ପ୍ରସିଦ୍ଧ ପାରମ୍ପରିକ ତାରାତାରିଣୀ ପୀଠରେ ଯାତ୍ରା ଏବଂ ଦଣ୍ଡ ଯାତ୍ରା ଉପରେ କଟକଣା ଲଗାଇଦେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଏବଂ ହଜାର ହଜାର ଭକ୍ତ ମାନସିକ ପୂରଣ ପାଇଁ ଏଠାରେ ମୁଣ୍ଡନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.