Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ପଲିଟିକ୍ସ : ଗଞ୍ଜାମରେ କରୋନା ମୁକାବିଲା ଅଭିଯାନରେ ଜନପ୍ରତିନିଧିଙ୍କୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

13/05/2020 at 6:42 PM

ଗଞ୍ଜାମ ୧୩/୦୫ : ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏତିକିବେଳେ ଗଞ୍ଜାମ କୋଭିଡ ମୁକାବିଲା ଲାଗି ବିଧାୟକ ଓ ସାଂସଦ ମାନଙ୍କୁ ବିଶ୍ବାସରେ ନେଇ ପ୍ରଶାସନ କାମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜିଲ୍ଲାର ଜନ ପ୍ରତିନିଧିଙ୍କୁ ନେଇ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ ବିରୋଧୀ ପ୍ରଶ୍ନ କରିଛନ୍ତି  ସରକାର ଲୋକପ୍ରତିନିଧିମାନଙ୍କୁ କରୋନା ମୁକାବିଲାରେ ସାମିଲ କରୁ ନାହାନ୍ତି କାହିଁକି। ଯାହାର ଜବାବ ରଖିଛି ବିଜେଡି ।

ଗଞ୍ଜାମ କରୋନା ମୁକାବିଲାରେ ଜନପ୍ରନିଧିଙ୍କୁ ବିଶ୍ବାସକୁ ନେଉ ପ୍ରଶାସନ । ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁନେଇ କମିଟି ଗଢାଯାଉ । ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ କମିଟି ଗଢିବା ଲାଗି ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାର କୋଭିଡ ମୁକାବିଲାରେ ଜନପ୍ରତିନିଧିଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଛନ୍ତି । ସ୍ଥାନୀୟ ଏମପି କିମ୍ବା ଏମଏଲଏ ମାନଙ୍କ ନେତୃତ୍ବରେ କମିଟି ହେଉ । କମିଟିରେ ସ୍ଥାନୀୟ ସଂଗଠନ ଓ ସମାଜସେବୀଙ୍କୁ ସାମିଲ କରିବାକୁ ପ୍ରସ୍ଡାବ ଦେଇଛନ୍ତି ଜିଲ୍ଲାର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହି । ଜିଲ୍ଲାକୁ ଅଧିକରୁ ଅଧିକ ପ୍ରବାସୀ ଶ୍ରମିକ ଫେରୁଥିବାରୁ ଏହାକୁ ପୂର୍ବରୁ ୧୦ ତାରିଖରେ ହୋଇଥିବା ଭିଡିଓ କଫରେନ୍ସି ବୈଠକ ନିଷ୍ପତ୍ତିକୁ କାଯ୍ୟକାରୀ କରିବା ଲାଗି ପ୍ରସ୍ତାବ ରଖିଛନ୍ତି ବିଧାୟକ । ସେହିପରି ସାଂସଦ ଚନ୍ଦ୍ର ଶେଖର ସାହୁ ମଧ୍ୟ ଅନୁରୂପ ପ୍ରସ୍ତାବ ରଖିଛନ୍ତି।

ସେପଟେ ସରକାରଙ୍କ କୋଭିଡ ମୁକାବିଲା ଅଭିଯାନରେ ଜନ ପ୍ରତିନିଧିମାନଙ୍କୁ ସାମିଲ କରାଯାଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ।  ସାଂସଦ, ବିଧାୟକ ଏମିତିକି ମନ୍ତ୍ରୀ ମାନଙ୍କୁ ବି ସାମିଲ କରାଯାଉନଥିବା ସେ ଅଭିଯୋଗ ଆଣିଛନ୍ତି । ଜନପ୍ରତିନିଧି ମାନଙ୍କୁ କରୋନା ମୁକାବିଲାରେ ସାମିଲ କରାଯାଉନଥିବାରୁ ଗ୍ରାଉଣ୍ଡ ଜିରୋରେ ସମସ୍ୟା ହେଉଥିବା କଂଗ୍ରେସ କହିଛି । ସେପଟେ ବିଜେଡି କହିଛି ସରକାର କରୋନା ମୁକାବିଲାରେ ସାମିଲ ହେବାକୁ କାହାକୁ ମନା କରି ନାହାନ୍ତି ।

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଜାତୀୟସ୍ତରରେ ସାବାସି ମିଳୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜନସାଧାରଣଙ୍କ ସହଯୋଗ ହିଁ ଏହି ଅଭିଯାନକୁ ସଫଳ କରିପାରିବ। ଯେଉଁଥିପାଇଁ ଜନପ୍ରତିନିଧିମାନଙ୍କ ସକ୍ରିୟ ଭାଗିଦାରୀ ଏବେ ଜରୁରୀ ହୋଇପଡ଼ିଲାଣି। 

   Related Posts