Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଗଞ୍ଜାମରେ ବ୍ୟାପୁଛି ସଂକ୍ରମଣ : ଉପରମୁହାଁ ଗ୍ରାଫ୍, ୨ ଅଙ୍କ ଛୁଇଁଲା ସଂଖ୍ୟା

3/04/2021 at 12:08 PM

ବ୍ରହ୍ମପୁର ୩/୪: ରାଜ୍ୟରେ ପୁଣି କରୋନା ଗ୍ରାଫ୍ ଉପରମୁହାଁ । ଦିନକରେ ଆଜି ଚିହ୍ନଟ ହୋଇଛନ୍ତି ୪୫୨ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୨୬୭ ଓ ଲୋକାଲ୍ କେସ୍ ୧୮୫ ରହିଛି । ତେବେ ରାଜ୍ୟକୁ ଘାରିଛି ପଡୋଶୀ ସଂକ୍ରମଣ ଚିନ୍ତା । ହେଲେ ଏବେ ଚିନ୍ତାର ବିଷୟ ପାଲଟିଛି ଗଞ୍ଜାମରେ ବଢୁଥିବା ମହାମାରୀର କୋପ ।

ଅର୍ଥାତ୍ ଶୂନ ସଂକ୍ରମଣ ଥିବା ଜିଲ୍ଲାରୁ ପୁଣି ୨୪ ଘଣ୍ଟାରେ ବାହାରିଛନ୍ତି ୧୩ ନୂଆ କେସ୍ । ଦୀର୍ଘଦିନର ବ୍ୟବଧାନ ପରେ  ଜିଲ୍ଲାରେ ୨ ଅଙ୍କ ଛୁଇଁଛି ସଂଖ୍ୟା । ତେବେ ଏହାକୁ ନେଇ ଏବେ ଜିଲ୍ଲାରେ ଦ୍ୱିତୀୟ ଲହରୀ ପ୍ରବାହିତ ହେଉଥିବା ଶୁଣିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଜିଲ୍ଲା ପ୍ରଶାସନ କଡା କଟକଣା ଜାରି କରିବାକୁ ସାଧାରଣରେ କୁହାଯାଉଛି । ନଚେତ୍ ଆଗକୁ ଅବସ୍ଥା ଅସମ୍ଭାଳ ହେବା ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଗତବର୍ଷ କରୋନାର ହଟସ୍ପଟ ପାଲଟିଥିଲା ଗଞ୍ଜାମ । ପ୍ରବାସୀଙ୍କ ଘରବାହୁଡା ପରେ ଜିଲ୍ଲାରେ ସଂକ୍ରମଣ ମାତ୍ରା ବଢିଥିଲା । ତେବେ ପ୍ରଶାସନର ଉଚିତ୍ ପଦକ୍ଷେପ ଓ କଟକଣା ହେତୁ କରୋନା ଗ୍ରାଫ୍ କମିଥିଲା ।  

   Related Posts