ସାଇକେଲ୍‌ରେ ବୁଲି ପରିମଳ ବ୍ୟବସ୍ଥାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ

Published By : Prameya-News7 Bureau | March 12, 2020 IST

ବ୍ରହ୍ମପୁର ୧୨।୩: ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସାଇକେଲରେ ବୁଲି ପରିମଳ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ । ଗୁରୁବାର ସକାଳୁ ସକାଳୁ ବ୍ରହ୍ମପୁର ଅଞ୍ଚଳରେ ସାଇକେଲରେ ବୁଲିଛନ୍ତି ଜିଲ୍ଲାପାଳ । ସାଇକେଲରେ ବୁଲିବା ସହ ପରିମଳ ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଗତ ୧୫ ଦିନ ହେଲା ସଫେଇ ପାଇଁ ଜିଲ୍ଲାରେ ନୂଆ ନିୟମ ଲାଗୁ କରିଛନ୍ତି ଜିଲ୍ଲାପାଳ । ଦିନରେ ସଫେଇ ପରିବର୍ତ୍ତେ ରାତି ସାଢେ ୯ଟାରୁ ଭୋର ସାଢେ ୩ଟା ମଧ୍ୟରେ ସଫେଇ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଏହା କିପରି କାର୍ଯ୍ୟକାରୀ ହୋଇଛି, କେତେ ମାତ୍ରାରେ ସଫେଇ କାର୍ଯ୍ୟ ହୋଇଛି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାହାର ତଦାରଖ କରିଛନ୍ତି । ତଦାରଖ ପରେ ସଫେଇ କାର୍ଯ୍ୟରେ ୮୦ ପ୍ରତିଶତ ସଫଳତା ମିଳିଥିବା ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.