ଅପରାହ୍ନ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗଞ୍ଜାମରେ ସଟ୍ ଡାଉନ୍, ଅନ୍ତଃଜିଲ୍ଲା ଗାଡି ଚଳାଚଳ ଉପରେ ଲାଗିଲା ରୋକ୍

Published By : Prameya-News7 Bureau | July 02, 2020 IST

ବ୍ରହ୍ମପୁର ୨।୭: ଗଞ୍ଜାମ ଜିଲ୍ଲାପାଳଙ୍କ ଭିଡିଓ ଜାରି । କରୋନା ପାଇଁ ଗଞ୍ଜାମ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଅପରାହ୍ନ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ରହିବ । ସଟ୍ ଡାଉନ୍ ସମୟରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ଗହଳିକୁ ପ୍ରଶୟ ଦିଆଯିବ ନାହିଁ । ଏଥିରେ ଖିଲାପ କରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି ଅନ୍ତଃଜିଲ୍ଲା ଗାଡି ଚଳାଚଳ ଉପରେ ରୋକ୍ ଲଗାଯିବ । ଆଞ୍ଚଳିକ ଗାଡି ଚଳାଚଳ କରିପାରିବ । ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରାସ୍ତା କଡରେ ଉଠା ଦୋକାନୀମାନେ ବ୍ୟବସାୟ କରିପାରିବେ ନାହିଁ । ରେଷ୍ଟୁରାଣ୍ଟରଗୁଡିକ ହୋମ୍ ଡେଲିଭେରୀ ଜାରି ରଖିପାରିବେ ।

ମାସ୍କ ପରିଧାନ ସହ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ । ଜିଲ୍ଲା ପ୍ରଶାସନର ଗାଇଡ୍ ଲାଇନକୁ ମାନନ୍ତୁ । ଏହାର ବ୍ୟତିକ୍ରମ ଘଟିଲେ ପୁଣି ଥରେ ସଟ୍ ଡାଉନ୍ ସମ୍ଭାବନା ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.