୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ଗଞ୍ଜାମ ଜିଲ୍ଲାପାଳ, ଯୋଗାଇ ଦିଆଯିବ ସମସ୍ତ ସହାୟତା

Published By : Prameya-News7 Bureau | June 05, 2021 IST

ସାନଖେମୁଣ୍ଡି ୫।୬: ତିନି ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ଗଞ୍ଜାମ ଜିଲ୍ଲାପାଳ । ସିଧାସଳଖ ତିନି ଶିଶୁଙ୍କ ସହ ଆଲୋଚନା କରିଛନ୍ତି । ପିଲାଙ୍କ ଅନଲାଇନ ପାଠପଢା ଯୋଗୁଁ ନୋଟ୍ ପ୍ୟାଡ୍ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ପାଣ୍ଠିରୁ ୧୦ ହଜାର, ରେଡ଼କ୍ରସରୁ ୨୦ ହଜାର, ଗୁରୁକଲ୍ୟାଣ ପାଣ୍ଠିରୁ ୧୫ ହଜାର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

{"id":461929,"sizeSlug":"large","linkDestination":"none"}

ଏହି ଅବସରରେ ସାନଖେମୁଣ୍ଡି ତହସିଲଦାର ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିସି, କିଛି ଶିକ୍ଷକ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.