Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମ ଜିଲ୍ଲାରେ କମୁଛି ସକ୍ରିୟ ସଂକ୍ରମଣ, ସୁସ୍ଥ ହାର ୭୮% : ଜିଲ୍ଲାପାଳ

8/08/2020 at 4:42 PM

ସାନଖେମୁଣ୍ଡି ୮।୮: ଯିଏ ମାସ୍କ ପିନ୍ଧିବ ସିଏ କରୋନା ଯୋଦ୍ଧା । ଯିଏ ସାମାଜିକ ଦୂରତା ରକ୍ଷା କରୁଛି ସିଏ କୋରନା ଯୋଦ୍ଧା । ପ୍ରେସମିଟ୍ ରେ ଏଭଳି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାପାଳ କହିଛନ୍ତି ଯେ, ସବୁ ପ୍ରକାର ମେଡିକାଲ ସୁବିଧା ରହିଛି । ଅକ୍ସିଜେନ, ଆଇସିୟୁ, ଡାକ୍ତର, ମେଡିକାଲ ବେଡ୍, ସବୁ ଯଥେଷ୍ଟ ରହିଛି । ଗଞ୍ଜାମରେ ସୁସ୍ଥ ହାର ୭୮ ପ୍ରତିଶତ ରହିଛି । ଗତ ୪ ଦିନ ମଧ୍ୟରେ ୩ ହଜାର ୫ଶହରୁ ୨ ହଜାରକୁ ଖସିଛି ।

ସୁସ୍ଥ ହୋଇଥିବା ହଜାରେରୁ ଅଧିକ ଲୋକ କୋଭିଡ୍ ବନ୍ଧୁ ହୋଇ ଲୋକଙ୍କୁ ପ୍ରୋତ୍ସାହନ କରୁଛନ୍ତି । ସମସ୍ତ ସହରାଞ୍ଚଳରେ ଘର ଘର ଯାଇ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଚିହ୍ନଟ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସମସ୍ତ ବ୍ୟବସ୍ଥା କରାଯାଉଛି । ଏବେ ଗଞ୍ଜାମରେ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି । ରୋଗୀଙ୍କର ପଜିଟିଭ ଚିହ୍ନଟ ଓ ରିପୋର୍ଟ ବ୍ଲକ୍ ସ୍ତରରେ ପ୍ରଦାନ କରାଯାଉଛି । ବାରମ୍ବାର ସ୍ବାସ୍ଥ୍ୟ ଯାଞ୍ଚ, ଅଧିକ ଟେଷ୍ଟ କରିବା ଦ୍ବାରା ରୋଗ ଚିହ୍ନଟ ଓ ରୋଗୀ ଚିକିତ୍ସା ହେବାରୁ ସଂକ୍ରମଣ କାମୁଛି ।

ଜିଲ୍ଲାରେ ୩ଟି କରୋନା ହସ୍ପିଟାଲରେ ୫୨୦ ବେଡ଼ ରହିଛି । ଆଗକୁ ଅଧିକ ୧୦୦ ବେଡ଼ ମିଳିବ । ଅଗଷ୍ଟ ୧୫ ସୁଦ୍ଧା ବେଡ୍ ସଂଖ୍ୟା ବଢିବ। ରୋଗୀଙ୍କ ପାଇ ବେଡ଼ର ଅଭାବନାହିଁ । କୋଭିଡ୍ କେୟାର ସେଣ୍ଟରରେ ୧୭୦୦ ଅକ୍ସିଜେନ ସିଲିଣ୍ଡର, ୭୨୫ ଅକ୍ସିଜେନ ସପୋର୍ଟ ବେଡ଼ ରହିଛି । ଗ୍ରାମାଞ୍ଚଳରେ କୋଭିଡ୍ କେୟାର ହୋମରେ ୫୦୮୮ ବେଡ଼ ରହିଥିବା ବେଳେ ୨୩୯ ରୋଗୀ ଆଡମିସନ ହୋଇଛନ୍ତି । ସହରାଞ୍ଚଳରେ ୮୩୮ରୁ ୧୨୪ ବେଡ଼ରେ ରୋଗୀ ଅଛନ୍ତି । ଘରେ ଜାଗା ନଥିଲେ କୋଭିଡ୍ କେୟାର ସେଣ୍ଟର, ମେଡିକାଲରେ ବ୍ୟବସ୍ଥା କରାଯାଉଛି ।

ଗଞ୍ଜାମରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୭୨ଜଣ ପ୍ଲାଜମା ଦେବେ । ଗଞ୍ଜମରେ ୧୩୨ଟି ଆମ୍ବୁଲାନ୍ସ ରହିଛି । ୧୦୮, ୧୦୪ ସହ ସେବା ଦେବା ପାଇଁ କୋଭିଡ୍ ଆମ୍ବୁଲାନ୍ସ ବି ରହିଛି । ଯେଉଁମାନେ କରୋନା ଗାଇଡ୍ ଲାଇନ୍ ସହ ସଂକ୍ରମଣରୁ ରକ୍ଷା ପାଇବା ନେଇ ସଚେତନ ସେମାନେ ଜଣେ ଜଣେ କରୋନା ଯୋଦ୍ଧା । ଆଗକୁ ଗାଁ ସ୍ତରରେ କିଭଳି ଲୋକଙ୍କୁ ସାମିଲ କରି ସଫେଇ ଓ ସଚେତନତା ବୃଦ୍ଧି କରିବାକୁ ପଡିବ ସେଥିପ୍ରତି ଧ୍ୟାନ ଦିଆଯିବ । କରୋନା ଯୋଦ୍ଧାଙ୍କୁ ଆମକୁ ସମର୍ଥନ ଦେବାକୁ ପଡିବ ।

   Related Posts