ସଂକ୍ରମଣ ରୋକିବାକୁ କଠୋର ହେଲେ ଗଞ୍ଜାମ ପ୍ରଶାସନ: ସଚେତନ ନହେଲେ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 11, 2021 IST

ଗଞ୍ଜାମ ୧୧/୪: ବଢୁଥିବା ସଂକ୍ରମଣକୁ ଚେକ୍ ଦେବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ତୟାରି ।  ଏଣିକି ଗ୍ରାହକ ମାସ୍କ ପରିଧାନ କରିନଥିଲେ ଦୋକାନୀ ଠାରୁ ଆଦାୟ ହେବ ଜୋରିମାନା । ଭିଡିଓ କନଫରେନ୍ସ ଜରିଆରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ସମସ୍ତ ଅଧିକାରୀ ମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଯାହା ସବୁ କାର୍ଯ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡିକ ଵିକେନ୍ଦ୍ରୀକରଣ କରି କରାଯିବ। ଫେରୁଥିଵା ପ୍ରବାସୀ ମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ ।  

ଯେଉଁ ପ୍ରବାସୀମାନେ ପଞ୍ଜିକରଣ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଏକୁଟିଆ ଵା ଆଇସୋଲେସନରେ ରଖିବାକୁ ସମସ୍ତ ସୁବିଧା ଥାଇ ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଚିହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ । ଜିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି I ଯେଉଁ ଦୋକାନ ଵା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିଵା ନଜର ଆସିଲେ ଏଣିକି ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ।

ଯେଉଁ ଅଞ୍ଚଳରେ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କରେଣ୍ଟଇନ ଅଞ୍ଚଳ ଘୋଷଣା କରି ଖାଦ୍ୟ ଓ ଅନାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ I ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ ସହ ଅକ୍ସୁଜେନ ରହିତ ଆମ୍ବୁଲାନ୍ସ ପ୍ରସ୍ତୁତକରି ରଖାଯିବ । ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମରେ ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯିବ I ସମସ୍ତ ବସ ଡ୍ରାଇଭର ମାନଙ୍କୁ ଟିକା ଦିଆଯିବ । ପ୍ରତି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯିବ I କୌଣସି ଅଧିକାରୀ ଓ ଶିକ୍ଷକଗଣ ନିଜ ହେଡ଼କ୍ୱାଟର ଛାଡ଼ିବେ ନାହିଁ । କୋଭିଡ କେୟାର ସେଣ୍ଟର ଆବଶ୍ୟକ ରହିଛି ଏଣୁ ଦଶମ ଶ୍ରେଣୀ ଛାତ୍ର ପଢୁଥିବା ସ୍କୁଲ ଛାଡି ଅନ୍ୟ ସମସ୍ତ ସ୍କୁଲ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.