Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କଣ୍ଟେନ୍‌ମେଣ୍ଟ୍ ଏବଂ ବଫରଜୋନ୍‌ ସହ କିଛି ଅଞ୍ଚଳକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

29/06/2020 at 6:17 PM

ସାନଖେମୁଣ୍ଡି୨୯/୬: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଦିନକୁ ଦିନ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବ ଦିନ ମାନଙ୍କରେ ସାନଖେମୁଣ୍ଡି ବ୍ଲକର କିଛି ପଞ୍ଚାୟତରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ବ୍ଲକର ଚାରିଗୋଟି ଗାଁ କଣ୍ଟେନମେଣ୍ଟ ଜୋନ୍ ଏବଂ ପାଞ୍ଚଗୋଟି ଗାଁ ବଫରଜୋନ୍ ଘୋଷଣା କରାଯାଇଛି। ସେହି ଭଳି ଭାବେ ପାଟପୁର ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା କହିଛନ୍ତି ସରପଞ୍ଚ ଟି ବାବୁ ସୁବୁଦ୍ଧି ।

ଏହି ଘଟଣା କୁ ନଜର ରଖୀ ଆଜି ସକାଳ ଅର୍ଥାତ ସୋମବାର ୧୦ ଘଣ୍ଟଠାରୁ ୪୮ ଘଣ୍ଟିଆ ପଞ୍ଚାୟତକୁ ସଟଡାଉନ୍‌ ଓ ଗ୍ରାମର କିଛି ଅଞ୍ଚଳକୁ ନିସିଦ୍ଧାଅଞ୍ଚଳ ରୂପେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ପାଟପୁର ଜଗନ୍ନାଥ ମନ୍ଦିର ଠାରୁ ବଟେଶ୍ୱରି ଛକ ପର୍ଯ୍ୟନ୍ତ ସାହିକୁ ବାରିକେଟ ଦ୍ୱାରା ବନ୍ଦ କରି ସାହିକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ କହିଛନ୍ତି । ପାଟପୁର ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି।
ସୋମବାର ସକାଳ ୧୦ ଠାରୁ ବୁଧବାର ୪୮ ଘଣ୍ଟା ସଟଡାଉନ୍‌ କରିଛନ୍ତି । ସରପଞ୍ଚଙ୍କ ଏନେଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଓ ପାଟପୁର ଥାନା ଅଜୟ କୁମାର ବାରିକ ସହ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗୀ ଙ୍କୁ ଅବଗତ କରାଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।।

   Related Posts